ଓଡିଶା

odisha

ETV Bharat / sports

'ପିଲାବେଳେ ବହୁତ ଦୁଷ୍ଟ ଥିଲେ ଚହଲ’ - ସ୍ପିନର ୟୁଜଭେନ୍ଦ୍ରେ ଚହଲ

ସ୍ପିନର ୟୁଜଭେନ୍ଦ୍ରେ ଚହଲ ପିଲାବେଳେ ବହୁତ ଦୁଷ୍ଟ ଥିଲେ ମାତ୍ର ପ୍ରତିଭାବାନ ମଧ୍ୟ ଥଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@yuzi_chahal

By

Published : Jul 30, 2019, 9:59 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସ୍ପିନ ଯାଦୁଗର ୟଜୁବେନ୍ଦ୍ର ଚହଲ ପିଲାବେଳେ ବହୁତ ଦୁଷ୍ଟ ଥିଲେ । ଏହା କହିଛନ୍ତି ଚହଲଙ୍କ ପିତାମାତା । ଦୁଷ୍ଟ ସାଙ୍ଗକୁ ଚହଲ ପ୍ରତିଭାବାନ ମଧ୍ୟ ଥଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@yuzi_chahal

ବେଶୀ ଦୁଷ୍ଟ ଥିଲେ ଏବଂ ଅନ୍ୟ ସାଙ୍ଗ ମାନଙ୍କ ମିଶି ଖେଳିବାରେ ବ୍ୟସ୍ତ ରହୁଥିଲେ । ସେଥିରୁ ନିବୃତ କରିବାକୁ ଚହଲଙ୍କ ପିତା ଏକ ଉପାୟ ବାହାର କଲେ । ଗୋଟେ ଚେସ ବୋର୍ଡ ଆଣି ଚହଲଙ୍କୁ ଧରାଇ ଦେଇଥିଲେ । ଉଦ୍ଦେଶ୍ୟ ଥିଲା ପିଲାଟି ଆଉ ଦୁଷ୍ଟ ହେବନି ଓ କିଛି କାର୍ଯ୍ୟରେ ନିୟୋଜିତ ରହିବ । ତେବେ ମାତ୍ର 6ବର୍ଷ ବୟସରେ ଚହଲ ଚେସ ସହିତ ପରିଚିତ ହୋଇଥିଲେ । ପିତା ଅଫିସରୁ ଫେରିବା ପରେ ଚହଲଙ୍କ ସହ ଚେସ ମ୍ୟାଚରେ ଲାଗିପଡୁଥିଲେ । ଚେସ ପ୍ରତି ଭଲପାଇବା ସୃଷ୍ଟି କରିବା ଲାଗି ଜାଣିଶୁଣି ହାରୁଥିଲେ ପିତା । ଧିରେ ଧିରେ ଚେସ ପ୍ରତି ଚହଲଙ୍କ ଦୁର୍ବଳତା ବଢିଲା । ପରେ ମାତ୍ର 15ରୁ 20 ଦିନ ମଧ୍ୟରେ ସେ ପିତାଙ୍କୁ ସତରେ ହରାଇବାକୁ ଲାଗିଲେ ।

ଏହାଦେଖି ପିତା ତାଙ୍କୁ ଚେସ ଖେଳାଳିଟିଏ କରିବାକୁ ଚିନ୍ତାକଲେ । 3ମାସ ପରେ ଚହଳ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା କହିଛନ୍ତି ଚହଲଙ୍କ ପିତା ।

ପରେ ଚହଲ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । 2002ରେ କଲିକତାରେ ଜାତୀୟ ଚମ୍ପିଆନ ଓ 2003ରେ ଗ୍ରିସରେ ବିଶ୍ବ ଚମ୍ପିଆନସିପରେ ଭାରତରୁ ସେ ପ୍ରତିନିଧିତ୍ବ ମଧ୍ୟ କରିଛନ୍ତି ।

ଚହଲଙ୍କ ସାଙ୍ଗ ପିୟୁଷ ସଚ୍ଚଦେବା ତାଙ୍କ ବିଷୟରେ କହିଛନ୍ତି ଯେ, ମୁଁ ଚହଲଙ୍କ ସହ ରାଜ୍ୟ ସ୍ତରୀୟ ଜୁନିୟନର କ୍ରିକେଟରେ ଖେଳିଛି । ଖେଳ ଆମଙ୍କୁ ବହୁତ କିଛି ଦେଇଛି । ତେଣୁ ଚହଲ ସବୁବେଳେ ଚାହାଁନ୍ତି ଖେଳ ପାଇଁ କିଛି କରିବାକୁ । ତେଣୁ ଆମେ ଗୋଟିଏ ଏନଜିଓ ଆରମ୍ଭ କରିଛୁ । ଏହି ଏନଜିଓ ଆର୍ଥିକ ସ୍ବଚ୍ଛଳ ନଥିବା ଖେଳାଳୀଙ୍କୁ ସାହାଯ୍ୟ କରେ ।

ଏଯାଏଁ ଚହଲ ମୋଟ 49ଦିନିକିଆ ଓ 31ଟି ଟି-20 ମ୍ୟାଚ ଖେଳିଛନ୍ତି । ତାଙ୍କର ସ୍ବପ୍ନ ରହିଛି ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବା ।

ABOUT THE AUTHOR

...view details