ନୂଆଦିଲ୍ଲୀ: ଯୁବରାଜ ସିଂ ଓ ପଞ୍ଜାବ କ୍ରିକେଟ ଆସୋସିଏସନ(ପିସିଏ) ବିସିସିଆର ଅନୁମତି ଅପେକ୍ଷାରେ । ବର୍ଷକ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂ ପୁଣି ଥରେ ଘରୋଇ କ୍ରିକେଟ ଖେଳିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।
ଏନେଇ କିଛିଦିନ ତଳେ ଯୁବରାଜ ଆନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ନିକଟକୁ ଏକ ଆବେଦନ ପତ୍ର ଲେଖିଥିଲେ । କିନ୍ତୁ ଏଯାଏଁ ବିସିସିଆଇ ପକ୍ଷରୁ କୌଣସି ଉତ୍ତର ଆସିନଥିବା ପିସିଏ ସମ୍ପାଦକ ପୁନିତ ବାଲି କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, ବିସିସିଆଇ ଯୁବରାଜଙ୍କ ଅନୁରୋଧକୁ ଶୁଣିବେ ।