ଓଡିଶା

odisha

ETV Bharat / sports

ଅବସରରୁ ଫେରିବେ ଯୁବରାଜ, ପଞ୍ଜାବ ପକ୍ଷରୁ ଖେଳିବେ ସୟଦ ମୁସ୍ତାକ ଅଲ୍ଲୀ ଟି-20 - ମ୍ଭାବ୍ୟ ପଞ୍ଜାବ ଟିମ

ଆସନ୍ତା ମାସରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-20 ଟୁର୍ଣ୍ଣାମେଣ୍ଟରେ 30ଜଣିଆ ସମ୍ଭାବ୍ୟ ପଞ୍ଜାବ ଟିମରେ ଯୁବରାଜ ସିଂହ । ଅଧିକ ପଢନ୍ତୁ...

Yuvraj Singh named in Punjab's probables list for Syed Mushtaq Ali T20
ଅବସରରୁ ଫେରିବେ ଯୁବରାଜ, ପଞ୍ଜାବ ପକ୍ଷରୁ ଖେଳିବେ ସୟଦ ମୁସ୍ତାକ ଅଲ୍ଲୀ ଟି-20

By

Published : Dec 15, 2020, 9:05 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଅବସରରୁ ଫେରିବେ ଟିମ ଇଣ୍ଡିଆର ପୂର୍ବତନ ବିଶ୍ବକପ ବିଜୟୀ ଅଲରାଉଣ୍ଡର ଯୁବରାଜ ସିଂହ । ଅବସରରୁ ଫେରି ପୁନର୍ବାର ଘରୋଇ କ୍ରିକେଟ ଖେଳିବା ନେଇ ମିଳିଛି ସଙ୍କେତ । ଆସନ୍ତା ମାସରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-20 ଟୁର୍ଣ୍ଣାମେଣ୍ଟରେ 30ଜଣିଆ ସମ୍ଭାବ୍ୟ ପଞ୍ଜାବ ଟିମରେ ଯୁବରାଜଙ୍କ ନାମ ରହିଛି ।

2011 ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଟିମର ସୁପରଷ୍ଟାର ଥିଲେ ଯୁବରାଜ । ଗତ ଜୁନରେ ସେ ଅବସର ଘୋଷଣା କରିଥିଲେ । ତେବେ ସୂଚନା ଅନୁଯାୟୀ, ପଞ୍ଜାବ କ୍ରିକେଟ ଆସୋସିଏସନ ସମ୍ପାଦକ ପୁନୀତ ବାଲିଙ୍କ ଅନୁରୋଧ କ୍ରମେ ଯୁବରାଜ ପୁଣି ନିଜର ରାଜ୍ୟ ଟିମ ପାଇଁ ଖେଳିବାକୁ ସହମତି ପ୍ରକାଶ କରିଛନ୍ତି ।

39 ବର୍ଷୀୟ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାରତୀୟ ଟିମ ପାଇଁ 304 ଦିନିକିଆ, 58 ଟି-20 ଓ 40ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ପିସିଏ ଷ୍ଟାଡିୟମ ମୋହାଲିରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି ଯୁବରାଜ । ଅଭ୍ୟାସ ବେଳର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଯୁବରାଜ ଅବସର ପରେ କାନାଡାରେ ଗ୍ଳୋବାଲ ଟି-20 ଲିଗ ଖେଳିଥିଲେ । ତେବେ ଘରୋଇ କ୍ରିକେଟକୁ ଫେରିବାକୁ ବିସିସିଆଇର ଅନୁମତି ଅପେକ୍ଷାରେ ରହିଛନ୍ତି ।

ବାମହାତୀ ଦ୍ରୁତ ବୋଲର ବରିନ୍ଦର ଶରନ ମଧ୍ୟ ପଞ୍ଜାବର ସୟଦ ମୁସ୍ତାକ ଅଲ୍ଲୀ ଟି-20 ସମ୍ଭାବ୍ୟ ଟିମରେ ରହିଛନ୍ତି । ଲୁଧିଆନାରେ ସମ୍ଭାବ୍ୟ ତାଲିକାରେ ଥିବା ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗୀତା ହେବ ଏବଂ ପ୍ରଦର୍ଶନ ଆଧାରରେ ଚୁଡାନ୍ତ ଟିମ ଚୟନ ପାଇଁ ଲକ୍ଷ୍ୟ ରହିଛି ।

ଜାନୁଆରୀ 10ରୁ ସୟଦ ମୁସ୍ତାକ ଅଲ୍ଲୀ ଟି-20 ଚମ୍ପିଆନସିପ ଖେଳାଯିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ଜାନୁଆରୀ 2 ସୁଦ୍ଧା ସମସ୍ତ ଟିମ ଜୈବ-ସୁରକ୍ଷା ପରିବେଶରେ ପ୍ରବେଶ ପାଇଁ ହାଜର ହେବେ ।

ସମ୍ଭାବ୍ୟ ପଞ୍ଜାବ ଟିମ: ମନଦୀପ ସିଂହ, ଯୁବରାଜ ସିଂହ, ଅଭିଷେକ ଶର୍ମା, ସାରିଲ ଆରୋରା, ଗିତାକ୍ଷଂ ଖେରା, ରମଣଦୀପ ସିଂହ, ସନଭୀର ସିଂହ, କରନ କାଇଲା, ରାହୁଲ ଶର୍ମା, କ୍ରୀଷନ ଅଲଙ୍ଗ, ସନ୍ଦୀପ ଶର୍ମା, ଆର୍ଶଦୀପ ସିଂହ, ଇକଜୋତ ସିଂହ, ନମନ ଧୀର, ଅଭିଷେକ ଗୁପ୍ତା, ହିମାଂଶୁ ସତ୍ୟବାନ, ଗୁରୁକିରତ ସିଂହ, ଅନମୋଲପ୍ରିତ ସିଂହ, ପ୍ରଭମିସିମ୍ରନ ସିଂହ, ନେହାଲ ୱାଧେରା, ଅନମୋଲ ମାଲହୋତ୍ରା, ଆରୁଷ ସଭାରୱାଲ, ଅଭିନବ ଶର୍ମା, ହରପ୍ରୀତ ବ୍ରାର, ମୟଙ୍କ ଆର୍କଣ୍ଡେ, ବେଲତେଜ ସିଂହ, ସିଦ୍ଧାର୍ଥ କୌଲ, ବରିନ୍ଦର ସରନ, ଗୁରନୁର ସିଂହ, ହରଜସ ଅଭିଜିତ ଗର୍ଗ, କୁନୱାର ପାଠକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details