ହାଇଦ୍ରାବାଦ: ଆଜି ଆନ୍ତର୍ଜାତୀୟ ବାମହାତୀ ଦିବସ ଅବସରରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ କିଛି ବାମହାତୀ କ୍ରିକେଟର "ସର୍ବଶ୍ରେଷ୍ଠ ବାମହାତୀ କିମ୍ବଦନ୍ତୀ" ଲେଖି ଶୁଭେଚ୍ଛା ଅର୍ପଣ କରିଛନ୍ତି ।
ଯୁବିଙ୍କୁ ନିଜ ଶକ୍ତି କଥା ମନେ ପକାଇ ଦେଲେ ପ୍ରଜ୍ଞାନ
ଆଜି ଆନ୍ତର୍ଜାତୀୟ ବାମହାତୀ ଦିବସ ଅବସରରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ କିଛି ବାମହାତୀ କ୍ରିକେଟର "ସର୍ବଶ୍ରେଷ୍ଠ ବାମହାତୀ କିମ୍ବଦନ୍ତୀ" ଲେଖି ଶୁଭେଚ୍ଛା ଅର୍ପଣ କରିଛନ୍ତି ।
ଯେଉଁଥିରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରା, ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମାଥ୍ୟୁ ହେଡେନ୍ ଏବଂ ଆଡାମ ଗିଲକ୍ରିଷ୍ଟ । ତେବେ ଏହି 4 ଜଣ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଶୁଭେଚ୍ଛା ଜଣାଇ ଯୁବି ଲେଖିଛନ୍ତି, ତୁମର ପ୍ରିୟ ବାମହାତୀ ବ୍ୟାଟ୍ସମ୍ୟାନ୍ । ସେ ଅନ୍ତର୍ଜାତୀୟ ଲେଫ୍ଟହାଣ୍ଡର୍ସ ଡେ ସହିତ ଅଂଶୀଦାର କର ବୋଲି ଯୁବରାଜ ଏହି ପୋଷ୍ଟରେ ଲେଖିଛନ୍ତି ।
ତେବେ ଯାହାର ରିପ୍ଲେରେ ଓଡିଆ ଅନ୍ତର୍ଜାତୀୟ କ୍ରିକେଟର ପ୍ରଜ୍ଞାନ ଓଜା ଲେଖିଛନ୍ତି, ‘‘ନିଜକୁ ଭୁଲି ଗଲେ ପାଜୀ । ଭାରତୀୟ କ୍ରିକେଟ ଦଳରେ ଜଣେ ଜଣାଶୁଣା ବାମହାତୀ ଅଲରାଉଣ୍ଡ ହେଉଛନ୍ତି ଯୁବରାଜ ସିଂ ।’’