ଓଡିଶା

odisha

ETV Bharat / sports

ଆବୁଧାବି ଟି-10 ଲିଗରେ ଖେଳିବେ ଯୁବରାଜ

ଆବୁଧାବି ଟି10 ଲିଗରେ ମରାଠା ଆରବିୟାନ୍ସ ଦଳ ପକ୍ଷରୁ ଖେଳିବେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ  । ଅଧିକ ପଢ଼ନ୍ତୁ...

By

Published : Oct 25, 2019, 1:22 AM IST

ଆବୁଧାବି ଟି-10 ଲିଗରେ ଯୁବରାଜ ସିଂହ

ହାଇଦ୍ରାବାଦ: ଆବୁଧାବି ଟି-10 ଲିଗରେ ଖେଳିବେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଏହି ଟୁର୍ଣ୍ଣାମେଣ୍ଟରେ ଯୁବରାଜ ମରାଠା ଆରବିୟାନସ ଦଳ ପକ୍ଷରୁ ଖେଳିବେ । ଏନେଇ ଯୁବି ଏହି ଦଳ ସହିତ ଚୁକ୍ତି କରିଛନ୍ତି । ଏଥିସହିତ ଜିମ୍ବାୱେର ପୂର୍ବତନ କ୍ୟାପଟେନ ତଥା ପୂର୍ବତନ ଇଂଲଣ୍ଡ କୋଚ ଆଣ୍ଡି ଫ୍ଳାୱାରଙ୍କୁ ମରାଠା ଆରବିୟାନ୍ସ କୋଚ ଭାବେ ନିଯୁକ୍ତ କରିଛି ।

ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 15ରୁ 24 ପର୍ଯ୍ୟନ୍ତ ଖେଳାଯିବ । ପୂର୍ବତନ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଦଳର କ୍ୟାପଟେନ ରହିଛନ୍ତି । ଦଳରେ ଲସିଥ ମାଲିଙ୍ଗା, ଆଫଗାନିସ୍ତାନର ହଜରାତୁଲ୍ଲା ଜାଜାଇ ଓ ନଜିବୁଲ୍ଲା ଜର୍ଡାନ ମଧ୍ୟ ରହିଛନ୍ତି ।

ABOUT THE AUTHOR

...view details