ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବ୍ୟାଟିଂକ୍ରମରେ 4ନଂସ୍ଥାନକୁ ନେଇ ଯୁବରାଜ ସିଂହ ଦେଇଛନ୍ତି ବଡ ବୟାନ । ଏହି ପୂର୍ବତନ ଭାରତୀୟ ଅଲରାଉଣ୍ଡର କହିଛନ୍ତି 4ନଂ ସ୍ଥାନରେ କୌଣସି ନିର୍ଦ୍ଧିଷ୍ଟ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକ ନାହିଁ ।
'ଭାରତୀୟ ଦଳରେ 4ନଂ ବ୍ୟାଟ୍ସମାନ ଅନାବଶ୍ୟକ' - ହରଭଜନ ସିଂହ
ଟିମ ଇଣ୍ଡିଆର ବ୍ୟାଟିଂକ୍ରମରେ 4ନଂ ସ୍ଥାନରେ କୌଣସି ନିର୍ଦ୍ଧିଷ୍ଟ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକ ନାହିଁ କହିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ । ଅଧିକ ପଢନ୍ତୁ...
ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଅବିଶ୍ବସନୀୟ ଇଂନିସ ଖେଳିଛନ୍ତି । ଛତିଶଗଡ ବିପକ୍ଷରେ ସୁର୍ଯ୍ୟକୁମାର 81 ରନର ବିସ୍ଫୋରକ ଇଂନିସ ଖେଳି ଚର୍ଚ୍ଚାରେ ଅଛନ୍ତି । 31 ବଲରୁ 8ଚୌକା ଓ 6ଛକା ସହ 81 ରନର ପାଳି ଖେଳିଛନ୍ତି ସୂର୍ଯ୍ୟକୁମାର ।
ଏହାକୁ ନେଇ ଭେଟେରାନ ସ୍ପିନର ହରଭଜନ ସିଂହ, ସୂର୍ଯ୍ୟକୁମାରଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରିଛନ୍ତି । ହରଭଜନ ଲେଖିଛନ୍ତି କାହିଁକି ଭାରତୀୟ ଦଳରେ ସେ ସ୍ଥାନ ପାଇନାହାଁନ୍ତି ଜଣାନାହିଁ । ତେବେ ଘରୋଇ କ୍ରିକେଟରେ ରନ ବର୍ଷା ପରେ ନିଶ୍ଚିତ ତୁମର ସମୟ ଆସିବ । ଏହାର ଉତ୍ତରରେ ଯୁବରାଜ କହିଛନ୍ତି ଭାରତୀୟ ଦଳରେ 4ନଂ ସ୍ଥାନରେ ନିର୍ଦ୍ଧିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ନାହିଁ । କାରଣ ଟିମ ଇଣ୍ଡିଆର ଟପ ଅର୍ଡର ବେଶ ଶକ୍ତିଶାଳୀ ରହିଛି।