ଓଡିଶା

odisha

ETV Bharat / sports

'2011 ବିଶ୍ବକପର ବିଜୟୀ ସାରଥୀ ଥିଲେ ଯୁବରାଜ' - ଅଲରାଉଣ୍ଡର ଯୁବରାଜ ସିଂହ

2011 ବିଶ୍ବକପ ବିଜୟୀ ଭାରତୀୟ ଦଳକୁ ନିଜ କାନ୍ଧରେ ବସାଇ ଚମ୍ପିଆନ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂହ । ଏହା କହିଛନ୍ତି ଭେଟେରାନ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ।

Yuvaraj Singh Carried 2011 WC-winning Team on his Shoulders
'2011 ବିଶ୍ବକପର ବିଜୟୀ ସାରଥୀ ଥିଲେ ଯୁବରାଜ'

By

Published : Jun 7, 2020, 4:51 PM IST

ନୂଆଦିଲ୍ଲୀ: 2011 ବିଶ୍ବକପ ବିଜୟୀ ଭାରତୀୟ ଦଳକୁ ନିଜ କାନ୍ଧରେ ବସାଇ ଚମ୍ପିଆନ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂହ । ଏହା କହିଛନ୍ତି ଭେଟେରାନ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ।

କ୍ୟାନସର ଭଳି ମାରାତ୍ମକ ରୋଗରେ ଥାଇ ମଧ୍ୟ ବିଶ୍ବକପ ଖେଳିଥିଲେ ଯୁବରାଜ । ଏମିତିକି ବ୍ୟାଟିଂ ସମୟରେ ପାଟିରୁ ରକ୍ତ ପଡିବା ମଧ୍ୟ ସାରା ଭାରତ ଦେଖିଥିଲା । ତେବେ ଭାରତକୁ ବିଶ୍ବବିଜୟୀ କରିବାର ସ୍ବପ୍ନ ସାମ୍ନାରେ ଶାରୀରିକ ଅସୁସ୍ଥତା ବାଧକ ହୋଇପାରିନଥିଲା । ଭିଭିଏସ ଲକ୍ଷ୍ମଣ 2011 ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଫଟୋକୁ ସେୟାର କରିବା ସହ ଯୁବରାଜଙ୍କ ପ୍ରତିବଦ୍ଧତାକୁ ପ୍ରଂଶସା କରିଛନ୍ତି ।

2011 କ୍ରିକେଟ ବିଶ୍ବକପରେ 362 ରନ ଓ 15 ୱିକେଟ ସହ ପ୍ଳେଆର ଅଫ ଦ ଟୁର୍ଣାମେଣ୍ଟ ହୋଇଥିଲେ ଯୁବରାଜ ସିଂହ ।

ପଞ୍ଜାବର ଚଣ୍ଡିଗଡ ଜନ୍ମିତ ଯୁବରାଜ ବିଚକ୍ଷଣ କ୍ଷେତ୍ରରକ୍ଷକ, ବିସ୍ପୋର୍କ ବ୍ୟାଟ୍ସମ୍ୟାନ, ବୋଲିଂର ଯାଦୁ ସହ, କ୍ରିକେଟର ସମସ୍ତ ବିଭାଗରେ ସ୍ବଂୟସଂପୂର୍ଣ୍ଣ ଥିଲେ । ଯୁବି 304 ଦିନିକିଆ ମ୍ୟାଚ ଓ 58 ଟି-20 ଓ 40 ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

2011 ବିଶ୍ବକପରେ ପରେ ସେ କ୍ୟାନସରରେ ପୀଡିତ ହୋଇଥିବା ଜଣାପଡିଥିଲା । ଏଥିସହିତ ବିଶ୍ବକପରେ ଯନ୍ତ୍ରଣାର ସହିତ ଯୁବରାଜ ଖେଳିଥିଲେ ବୋଲି ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ପୁଣି ସୁସ୍ଥ ହୋଇ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ । 2017ରେ ଇଂଲଣ୍ଡ ବିପକ୍ଷରେ 150 ରନର କ୍ୟାରିୟର ସର୍ବାଧିକ ଦିନିକିଆ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ ।

ABOUT THE AUTHOR

...view details