ଓଡିଶା

odisha

ETV Bharat / sports

ହାଇଦ୍ରାବାଦରେ ୟୁସୁଫ ପଠାନଙ୍କ କ୍ରିକେଟ ଏକାଡେମୀର ଶୁଭାରମ୍ଭ - କ୍ରିକେଟ ଏକେଡେମୀ ଅଫ୍ ପଠାନ୍

ନିଜାମ ନଗରୀ ହାଇଦ୍ରାବାଦରେ କ୍ରିକେଟ ଏକାଡେମୀ ଆରମ୍ଭ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ୟୁସୁଫ ପଠାନ। କ୍ରିକେଟ ଏକେଡେମୀ ଅଫ ପଠାନ ନାମରେ ସେ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ...

Yusuf Pathan launches cricket academy in Hyderabad
ହାଇଦ୍ରାବାଦରେ ୟୁସୁଫ ପଠାନଙ୍କ କ୍ରିକେଟ ଏକାଡେମୀର ଶୁଭାରମ୍ଭ

By

Published : Feb 23, 2021, 9:19 PM IST

ହାଇଦ୍ରାବାଦ: ନିଜାମ ନଗରୀ ହାଇଦ୍ରାବାଦରେ କ୍ରିକେଟ ଏକାଡେମୀ ଆରମ୍ଭ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ୟୁସୁଫ ପଠାନ। କ୍ରିକେଟ ଏକାଡେମୀ ଅଫ୍ ପଠାନ୍ ନାମରେ ସେ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଯୁବ ପ୍ରତିଭାଙ୍କୁ କ୍ରିକେଟ ତାଲିମ ଦେବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଆରମ୍ଭ କରାଯାଇଥିବା ନେଇ ୟୁସୁଫ ପଠାନ କହିଛନ୍ତି ।

କ୍ରିକେଟ ଏକାଡେମୀ ଶୁଭ ଉଦଘାଟନ ସମୟରେ ୟୁସୁଫ ପଠାନ ତାଲିମ ନେବାକୁ ଆସିଥିବା କ୍ରିକେଟରଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାସହ ହାଇଦ୍ରାବାଦରେ କ୍ରିକେଟ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ଦେଶର 26ଟି ସ୍ଥାନରେ ପଠାନ କ୍ରିକେଟ ଏକାଡେମୀର ଉଦଘାଟନ ହୋଇ ସାରିଛି। ଦେଶର ଆଉ 25ଟି ସହରରେ କ୍ରିକେଟ ଏକାଡେମୀ ଆରମ୍ଭ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ନେଇ କ୍ରିକେଟ ଏକାଡେମୀ ଅଫ ପଠାନର ପରିଚାଳନା ନିର୍ଦ୍ଦେଶକ ହରମିତ ବାସୁଦେବ କହିଛନ୍ତି।

ଏହି ଅବସରରେ ୟୁସୁଫ ପଠାନ କହିଛନ୍ତି ଯେ, "ଯୁବ ପ୍ରତିଭାଙ୍କୁ ବିଶ୍ବସ୍ତରୀୟ କ୍ରିକେଟ ଟ୍ରେନିଂ ଦେବା ମୋ କ୍ରିକେଟ ଏକାଡେମୀର ଲକ୍ଷ୍ୟ। ସେମାନଙ୍କ କ୍ରିକେଟ ଭବିଷ୍ୟତ ଗଢ଼ିବାକୁ ସମସ୍ତ ଆବଶ୍ୟକ ଭିତ୍ତିଭୁମି ଏଠାରେ ପ୍ରସ୍ତୁତ ରହିଛି। ଏଠାରେ ଟ୍ରେନିଂ କରି ପରବର୍ତ୍ତୀ ସମୟରେ ଭାରତୀୟ ଦଳରେ ଯୁବ ପ୍ରତିଭା ସାମିଲ ହୋଇ ପାରିବେ।"

ଏହି କ୍ରିକେଟ ଏକାଡେମୀକୁ ନେଇ ଖୁବଶୀଘ୍ର ଏକ ମୋବାଇଲ ଆପ୍ଲିକେଶନ ମଧ୍ୟ ବାହାର କରାଯିବ। ଯାହା ଦ୍ବାରା ଯୁବ ପ୍ରତିଭା ଭିଡିଓ ଦେଖି କ୍ରିକେଟର ନୂଆ କୌଶଳ ବିଷୟରେ ଜାଣି ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details