ଓଡିଶା

odisha

By

Published : Jun 11, 2020, 10:58 AM IST

ETV Bharat / sports

କ୍ୟାପଟେନ ବାବାର ଆଜମଙ୍କୁ ନେଇ ଏମିତି କହିଲେ ନବନିଯୁକ୍ତ ବ୍ୟାଟିଂ କୋଚ

ବାବାର ଆଜମଙ୍କୁ ଜଣେ ମହାନ କ୍ରିକେଟର ସହ ଅନେକ ରେକର୍ଡ ଭଙ୍ଗ କରିବାର ଦେଖିବାକୁ ଚାହାନ୍ତି ବୋଲି, ପାକିସ୍ତାନ ନବନିଯୁକ୍ତ ବ୍ୟାଟିଂ କୋଚ ତଥା ପୂର୍ବତନ କ୍ୟାପଟେନ ୟୁନିସ ଖାନ କହିଛନ୍ତି ।

Younis Khan feels Babar needs space & time to match Tendulkar or Miandad
କ୍ୟାପଟେନ ବାବାର ଆଜମଙ୍କୁ ନେଇ ଏମିତି କହିଲେ ନବନିଯୁକ୍ତ ବ୍ୟାଟିଂ କୋଚ

ଲାହୋର: ପାକିସ୍ତାନର ପୂର୍ବତନ କ୍ୟାପଟେନ ୟୁନିସ ଖାନ, ବ୍ୟାଟିଂ କୋଚ ଭାବେ ନୂତନ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି), ୟୁନିସ ଖାନଙ୍କୁ ବ୍ୟାଟିଂ କୋଚ ନିଯୁକ୍ତ କରିଛି ।

ପାକିସ୍ତାନ କ୍ୟାପଟେନ ବାବାର ଆଜାମ

ନୂତନ ଦାୟିତ୍ବ ମିଳିବା ପରେ ୟୁନିସ ଖୁସିବ୍ୟକ୍ତ କରିବା ସହ ବର୍ତ୍ତମାନର କ୍ୟାପଟେନ ବାବାର ଆଜମଙ୍କୁ ନେଇ ବଡ ବୟାନ ରଖିଛନ୍ତି । ବାବାରଙ୍କୁ ଜଣେ ମହାନ କ୍ରିକେଟର ସହ ଅନେକ ରେକର୍ଡ ଭଙ୍ଗ କରିବାର ଦେଖିବାକୁ ଚାହାନ୍ତି ବୋଲି ସେ ବିଶ୍ବାସ ରଖିଛନ୍ତି । ଏମିତିକି ନିଜ ରେକର୍ଡ ମଧ୍ୟ ବାବାର ଭଙ୍ଗ କରନ୍ତୁ ବୋଲି ୟୁନିସ ଖାନ କହିଛନ୍ତି ।

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ ବାବାର ଆଜାମଙ୍କ ତୁଳନାକୁ ମଧ୍ୟ ନାପସନ୍ଦ କରିଛନ୍ତି ୟୁନିସ। କୋହଲି ନିଃସନ୍ଦେହରେ ବର୍ତ୍ତମାନ ସମୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର । ନିଜର ପ୍ରଭାବି ପ୍ରଦର୍ଶନ ଦ୍ବାରା କୋହଲି ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ତେବେ ବର୍ତ୍ତମାନ ସମୟରେ କୋହଲିଙ୍କ ସହ ବାବାରଙ୍କ ତୁଳନା ଗ୍ରହଣୀୟ ନୁହେଁ । 4ରୁ 5 ବର୍ଷ ପରେ ବାବାରଙ୍କ ସଫଳତା ଆଧାରରେ ତୁଳନା କରାଯାଇପାରେ ବୋଲି ୟୁନିସ ଖାନ କହିଛନ୍ତି ।

ସେଥିପାଇଁ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ ଜାଭେଦ ମିଆଁଦାଦଙ୍କ ପରି ବାବାରଙ୍କୁ ସୁଯୋଗ ଓ ସମୟ ଦିଆଯିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details