ଓଡିଶା

odisha

ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି କେକେଆର ଅଧିନାୟକ

By

Published : Oct 1, 2020, 2:01 PM IST

ବୁଧବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 37ରନ୍‌ରେ ମାତ୍‌ ଦେଇଛି । ଚଳିତ ଇଂନିସରେ କେକେଆରର ଏହା 2ୟ ବିଜୟ । ତେବେ ମ୍ୟାଚ ପରେ ଅଧିନାୟକ ଦିନେଶ କାର୍ତ୍ତିକ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଉ କିଛି ବିଭାଗରେ ସୁଧାରର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି ।

ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କଲେ କେକେଆର ଅଧିନାୟକ
ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କଲେ କେକେଆର ଅଧିନାୟକ

ଦୁବାଇ: ବୁଧବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 37ରନ୍‌ରେ ମାତ୍‌ ଦେଇଛି । ଚଳିତ ଇଂନିସରେ କେକେଆରର ଏହା 2ୟ ବିଜୟ । ତେବେ ମ୍ୟାଚ ପରେ ଅଧିନାୟକ ଦିନେଶ କାର୍ତ୍ତିକ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଉ କିଛି ବିଭାଗରେ ସୁଧାରର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି ।

ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କଲେ କେକେଆର ଅଧିନାୟକ

ମ୍ୟାଚ ପରେ କାର୍ତ୍ତିକ କହିଛନ୍ତି ଯେ, ମୁଁ ଏହି ମ୍ୟାଚକୁ ପରଫେକ୍ଟ କହିବି ନାହିଁ । ଅନେକ ବିଭାଗରେ ସୁଧାରର ଆବଶ୍ୟକତା ରହିଛି । ଏହା ଏକ ସାନଦାର ମ୍ୟାଚ ଥିଲା । ଅନେକ ସ୍ଥାନରେ ମତେ ସନ୍ତୁଷ୍ଟି ମିଳିଛି । ଶୁଭମନ ଗିଲ ଯେପରି ଆରମ୍ଭ କଲେ ମତେ ଭଲ ଲାଗିଲା । ରସେଲ ଓ ମୋର୍ଗନଙ୍କ ଖେଳକୁ ନେଇ ବି ଖୁସି ଅଛି । ଭଲ କଥା ହେଲା ଯୁବ ଖେଳାଳିମାନେ କ୍ୟାଚ ପାଇଁ ଯାଉଥିଲେ । ଏଠାକୁ ଆସି ସେମାନେ ଖେଳିବା ଏକ ସାନଦାର ବିଷୟ ।

ତେବେ ମ୍ୟାଚ ହାରିବା ପରେ ରାଜସ୍ଥାନର ଅଧିନାୟକ ସ୍ମିଥ କହିଛନ୍ତି ଯେ, ଆମେ ଯୋଜନା ଅନୁସାରେ ଖେଳି ପାରିଲୁ ନାହିଁ । ଏପରି ଟି-20 କ୍ରିକେଟରେ ହୁଏ । ଆରମ୍ଭରୁ ଆମେ ଶୀଘ୍ର ଓ୍ବିକେଟ ହରାଇ ବସିଲୁ । ଏହି ଗ୍ରାଉଣ୍ଡ ବଡ ଥିଲା । ଅଧିକ ଛକା ଓ ଚୌକା ଆସି ନଥିଲା ।

ABOUT THE AUTHOR

...view details