ଓଡିଶା

odisha

ETV Bharat / sports

‘ତୁମେ ମୋ ସ୍ତ୍ରୀ ପରି’: କେଉଁ ବ୍ୟାଟିଂ ପାର୍ଟନରଙ୍କୁ ଏପରି କହନ୍ତି ଧୱନ ! - ବ୍ୟାଟିଂ ପାର୍ଟନରଙ୍କୁ ଏପରି କହନ୍ତି ଧୱନ

ଶିଖର ଧୱନ ଓ ମୁରଲୀ ବିଜୟ କିଛି ସମୟ ଧରି ଭାରତର ଓପନିଂ ଯୋଡି ଭାବେ ଖେଳିଥିଲେ ଓ ସଫଳ ହୋଇଥିଲେ । ଏହାସହ ଉଭୟ ନିଜ ପାଇଁ ସାଉଁଟିଥିଲେ ଅନେକ ସ୍ମୃତି । ସେହି ସ୍ମୃତିକୁ ମନେ ପକାଇଛନ୍ତି ଶିଖର । ଅଧିକ ପଢ଼ନ୍ତୁ...

you are like my wife, Shikhar Dhawan on teammate Murali Vijay, Murali Vijay, ତୁମେ ମୋ ସ୍ତ୍ରୀ ପରି, ବ୍ୟାଟିଂ ପାର୍ଟନରଙ୍କୁ ଏପରି କହନ୍ତି ଧୱନ, ଶିଖର ଧୱନ ଓ ମୁରଲୀ ବିଜୟ
‘ତୁମେ ମୋ ସ୍ତ୍ରୀ ପରି’: କେଉଁ ବ୍ୟାଟିଂ ପାର୍ଟନରଙ୍କୁ ଏପରି କହନ୍ତି ଧୱନ !

By

Published : May 26, 2020, 7:53 PM IST

ନୂଆଦିଲ୍ଲୀ: 2012ରେ ଇଂଲଣ୍ଡ ଠାରୁ ଘରୋଇ ସିରିଜରେ ହାରିବା ଗୌତମ ଗମ୍ଭୀର-ବିରେନ୍ଦ୍ର ସେହୱାଗଙ୍କ ଓପନିଙ୍ଗ ଯୋଡିର ଯୁଗ ଶେଷ ହୋଇଯାଇଥିଲା । ଏହା ପରବର୍ତ୍ତୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗମ୍ଭୀରଙ୍କୁ ଡ୍ରପ କରାଯାଇ ମୁରଲୀ ବିଜୟଙ୍କୁ ସେହୱାଗଙ୍କ ସହ ଓପନ କରିବାକୁ ସୁଯୋଗ ଦିଆଗଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ଦୁଇଟି ଖରାପ ପ୍ରଦର୍ଶନ ପରେ ସେହୱାଗଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା ଓ ତାଙ୍କ ସ୍ଥାନରେ ଦିଲ୍ଲୀର ଆଉ ଏକ ଓପନର ଶିଖର ଧୱନ ଆସିଥିଲେ ।

ମୋହାଲିରେ ଚାଲିଥିବା ତୃତୀୟ ଟେଷ୍ଟରେ ଧୱନ ଡେବ୍ୟୁ ମ୍ୟାଚରେ 187 ସ୍କୋର କରିଥିଲେ ଏବଂ ବିଜୟଙ୍କ ସହ 289 ରନ୍‌ର ଓପନିଂ ଷ୍ଟାଣ୍ଡ ସେୟାର କରିଥିଲେ । ବିଜୟ ଯିଏକି ସେହି ମ୍ୟାଚରେ 153 ରନ ସ୍କୋର କରିଥିଲେ ।

ଧୱନ ଓ ବିଜୟ କିଛି ସମୟ ଧରି ଭାରତର ଓପନିଂ ଯୋଡି ଭାବେ ଖେଳିଥିଲେ ଓ ସଫଳ ହୋଇଥିଲେ । ଏହାସହ ଉଭୟ ନିଜ ପାଇଁ ସାଉଁଟିଥିଲେ ଅନେକ ସ୍ମୃତି । ନିକଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ତାଙ୍କ ଇନଷ୍ଟାଗ୍ରାମ ଲାଇଭ ସୋରେ ଧୱନ, ବିଜୟ ଓ ତାଙ୍କ ମଧ୍ୟରେ ଥିବା ଗଭୀର ବନ୍ଧୁତ୍ବ ବିଷୟରେ କହିଥିଲେ ।

‘‘ସେ ପଡ଼ିଆରେ ଏବଂ ବାହାରେ ଜଣେ ସୁନ୍ଦର ବ୍ୟକ୍ତିତ୍ବ । ମୁଁ ତାଙ୍କୁ ଅତି ନିକଟରୁ ଜାଣିଛି । ସେ ଏକ ସୁନ୍ଦର ହୃଦୟର ଅଧିକାରୀ । ପ୍ରତ୍ୟେକ ଜିନିଷ ପାଇଁ ସେ ଟିକିଏ ‘ଏହିପରି ନୁହେଁ, ସେପରି ନୁହେଁ’ । ମୁଁ ଜଣେ ‘ବିନ୍ଦାସ’ ଚରିତ୍ର,’’ ବୋଲି ମୁରଲିଙ୍କ ବିଷୟରେ ଶିଖର ଧୱନ କହିଛନ୍ତି।

“ମୁଁ ତାଙ୍କୁ କହେ ‘ତୁମେ ମୋ ପତ୍ନୀ ପରି’ । ବେଳେବେଳେ, ଯେବେ ଆମେ ରନ ନେଇ ନପାରୁ ଆମେ ଯୁକ୍ତି କରୁ କିନ୍ତୁ ତାହା ଶୀଘ୍ର ସମାପ୍ତ ବି ହୋଇଯାଏ । ତାଙ୍କୁ ବୁଝିବା ଖୁବ କଷ୍ଟକର । ଆପଣଙ୍କ ପାଖରେ ଶାନ୍ତ ମନ ଓ ଧର୍ଯ୍ୟ ଥିଲେ ହିଁ ତାଙ୍କୁ ବୁଝିପାରିବେ ।’’

“କିନ୍ତୁ ସେ ଏକ ବହୁତ ଭଲ ମଣିଷ । ମୁଁ ତାଙ୍କ ସହିତ ଓପନିଂ କରିବାକୁ ଭଲ ପାଏ । ଆମେ ଦେଶ ପାଇଁ ବହୁତ ଭଲ କରିଛୁ । ଏବେବି ଆମେ ବହୁତ ଭଲ ବନ୍ଧୁ । ନିଶ୍ଚିତ ଭାବରେ, ମୁଁ ତାଙ୍କ ସହିତ ସମୟ ବିତାଇବାକୁ ଏବଂ ତାଙ୍କ ସହିତ ହସିବାକୁ ଅପେକ୍ଷା କରିଛି,’’ ବୋଲି କହିଛନ୍ତି ଶିଖର ।

“ବେଳେବେଳେ, ସେ ଯେତେବେଳେ କିଛି କୁହନ୍ତି, ମୁଁ ବୁଝି ପାରେନାହିଁ । କିନ୍ତୁ 1-2 ବର୍ଷ ପରେ, ଯେତେବେଳେ ସେ ଯାହା କହିଥିଲେ ମୁଁ ମନେ ପକାଏ, ସେତେବେଳେ ମୁଁ ଏହା ବୁଝିପାରେ,’’ ବୋଲି ଭାରତୀୟ ଓପନର କହିଛନ୍ତି ।

ବର୍ତ୍ତମାନ ଯୁବ ଖେଳାଳି ମୟଙ୍କ ଅଗ୍ରୱାଲ ଓ ପୃଥ୍ବୀ ଶ ଆସିବା ପରେ ଉଭୟ ଧୱନ ଓ ମୁରଲୀ ବିଜୟ ଟେଷ୍ଟ ସେଟରୁ ବାହରେ ଅଛନ୍ତି । ରୋହିତ ଶର୍ମା ମଧ୍ୟ ଟେଷ୍ଟ କ୍ରିକେଟରେ ଓପନର ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ତେବେ ଭବିଷ୍ୟତରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିବାକୁ ଆଶା କରିଥିଲେ ଉଭୟ ଧୱନ ଓ ବିଜୟଙ୍କୁ ଘରୋଇ କ୍ରିକେଟରେ କଠିନ ପରିଶ୍ରମ କରିବାକୁ ହେବ ।

ABOUT THE AUTHOR

...view details