ଓଡିଶା

odisha

ETV Bharat / sports

ବିଦାୟୀ ବର୍ଷରେ ଖେଳରୁ ଅବସର ନେଇଥିବା ବିରାଟ ଖେଳାଳି - କିମ୍ବଦନ୍ତୀ ଖେଳାଳିଙ୍କ ସନ୍ୟାସ ନ୍ୟୁଜ

ଏହା କହିଲେ ଭୁଲ ହେବନାହିଁ ଯେ, କୋରୋନା ମହାମାରୀ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ଖେଳରୁ ସନ୍ୟାସ ନେବାପାଇଁ ବାଧ୍ୟ କରିଛି । ଅଧିକ ପଢନ୍ତୁ...

Year-Ender 2020: Legendary players who bid adieu to the sports
ବିଦାୟୀ ବର୍ଷରେ ବିଦାୟ ନେଇଥିବା ବିରାଟ ଖେଳାଳି

By

Published : Dec 29, 2020, 7:51 AM IST

ହାଇଦ୍ରାବାଦ: ମାନବଜାତିର ଇତିହାସରେ ବର୍ଷ 2020 ସବୁଠାରୁ ଅସାଧାରଣ ବର୍ଷ ଥିଲା | ଏକ ଅଦୃଶ୍ୟ ମହାମାରୀ ସହ ଆମର ଲଢେଇ ଥିଲା,ଯାହାକି ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ଏହା ସହ ଏକ ଲକଡାଉନ୍ ଯୋଡି ହୋଇଥିଲା ଯାହାକି ବର୍ଷର ପ୍ରାୟ ଅଧା ସମୟ ଥିଲା |

ମହାମାରୀର ରାଜୁତି ଫଳରେ ବିଶ୍ବତମାମ କ୍ରୀଡା ଇଭେଣ୍ଟ ଗୁଡିକ ବନ୍ଦ ହୋଇଗଲା । ଯାହାକି କ୍ରୀଡାପ୍ରେମୀମାନଙ୍କ ଠାରୁ ତାଙ୍କର ପ୍ରିୟ ଖେଳ ଠାରୁ ଦୂରେଇ ରହିବାକୁ ବାଧ୍ୟ କରିଥିଲା । ତେବେ ପରେ ହାତଗଣତି କିଛି ଟୁର୍ଣ୍ଣାମେଣ୍ଟ ଆୟୋଡନ ପାଇଁ ଆୟୋଜକ ସାହସ କରିଥିଲେ । ମାତ୍ର ଦର୍ଶକଙ୍କୁ ଷ୍ଟାଡିୟମକୁ ପ୍ରବେଶ ବାରଣ କଲେ ଓ ଖେଳାଳିଙ୍କୁ ଜୈବ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ ପଡିଲା ।

ଏହା କହିଲେ ଭୁଲ ହେବନାହିଁ ଯେ, ଏହି ମହାମାରୀ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ଖେଳରୁ ସନ୍ୟାସ ପାଇଁ ବାଧ୍ୟ କରିଛି । ବର୍ଷ 2020 ବିଦାୟ ନେବାକୁ ଆଉ ମାତ୍ର ଦିନ କେତେଟା ଥିବାବେଳେ, ଆମେ ଆପଣଙ୍କୁ ବିଦାୟୀ ବର୍ଷରେ ଖେଳକୁ ବିଦାୟ କହିଥିବା ଖେଳାଳିଙ୍କ ତାଲିକା ଜଣାଇବୁ...

ଇକର କାଲିଆସ

1. ଇକର କାଲିଆସ

ସ୍ପେନର ବିଶ୍ବ ବିଜୟୀ କ୍ୟାପଟେନ ଓ ଗୋଲ କିପର ଇକର କାସିଲାସ 39 ବର୍ଷ ବୟସରେ ପେଷାଦାର ଖେଳରୁ ସନ୍ୟାସ ଘୋଷଣା କରନ୍ତି । ଦୀର୍ଘ 5ବର୍ଷ ଧରି ରିୟଲ ମାଦ୍ରିଦ କ୍ଳବର କ୍ୟାପଟେନ ଥିଲେ ଏହି ତାରକା ଖେଳାଳି । ଜୁଲାଇ ମାସରେ ପର୍ତ୍ତୁଗୀଜ କ୍ଳବ ସହ ତାଙ୍କର ଚୁକ୍ତି ଶେଷ ହୋଇଥିଲା ।

କାସିଲାସ ଗତ ବର୍ଷ ଏକ ଅଭ୍ୟାସ ସେସନବେଳେ ହୃଦଘାତର ଶିକାର ହୋଇଥିଲେ । ପରେ ଏପ୍ରିଲ 2019ରୁ କୌଣସି ପ୍ରତିଯୋଗୀତା ମୂଳକ ଫୁଟବଲ ଖେଳିପାରିନଥିଲେ ।

2. ମାରିଆ ସାରାପୋଭା

ମାରିଆ ସାରାପୋଭା

ପାଞ୍ଚ ଥରର ଗ୍ରାଣ୍ଡ ସ୍ଲାମ ବିଜେତା ମାରିଆ ସାରାପୋଭା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ସର୍ବାଧିକ ପରିଚିତ ମହିଳା ଖେଳାଳି । 32 ବର୍ଷ ବୟସରେ ସେ ଖେଳକୁ ଅଲବିଦା କହନ୍ତି ।

2016 ଅଷ୍ଟ୍ରେଲିଆ ଓପନ ସମୟରେ ଡ୍ରଗ୍ସ ଟେଷ୍ଟରେ ବିଫଳ ହେବାପରେ 15 ମାସର ବାସନ୍ଦାଦେଶ ଭୋଗିଥିଲେ ସାରାପୋଭା । ଯୁବ ଖେଳାଳି ଭାବେ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟେଲ ହାସଲ କରିବା ପୂର୍ବରୁ ଏହି ଷ୍ଟାର ଖେଳାଳି ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ରୁଷିଆର ଏହି ମହିଳା ଖେଳାଳି ବିଶ୍ବର ଏକ ନମ୍ବର ମାନ୍ୟତାରେ ମଧ୍ୟ ରହିଛନ୍ତି । ଅବସର ଘୋଷଣା ବେଳକୁ ସେ ମାନ୍ୟତାର 37ତମ ସ୍ଥାନରେ ଥିଲେ ।

କାରୋଲିନ ୱଜନିଆକି

3. କାରୋଲିନ ୱଜନିଆକି

ଅଷ୍ଟ୍ରେଲିଆ ଓପନର ତୃତୀୟ ରାଉଣ୍ଡରେ ପରାସ୍ତ ହେବାପରେ ପୂର୍ବତନ ବିଶ୍ବ ନଂ1 କାରୋଲିନ ୱଜନିଆକି ଖେଳରୁ ସନ୍ୟାସ ଘୋଷଣା କରନ୍ତି । ତୁନିଷିଆର ଓନ୍ସ ଜାବେଇରଙ୍କ ଠାରୁ ସେ 7-5, 3-6, 7-5 ସେଟ୍ ରେ ପରାସ୍ତ ହୁଅନ୍ତି । ପରେ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଭାବବିହ୍ବଲ ହୋଇ ଏହା ତାଙ୍କପ ଶେଷ ମ୍ୟାଚ ଥିଲା ବୋଲି ଘୋଷଣା କରନ୍ତି ।

ଦ ଅଣ୍ଡରଟେକର

4. ଦ ଅଣ୍ଡରଟେକର

ସର୍ଭାଇଭର ସିରିଜରେ ଶେଷ ଫ୍ୟାରୱେଲ ନେଇଥିଲେ । ଏହା ତାଙ୍କର କ୍ୟାରିୟରର ଏକ ବଡ ରାତ୍ରି ଥିଲା । ଥଣ୍ଡରଡ୍ରୋମରେ କୌଣସି ଦର୍ଶକ ଉପସ୍ଥିତ ନଥିଲେ, ମାତ୍ର ଶେଷଥର ପାଇଁ ରିଙ୍ଗ୍ ରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ମନରେ ଅନେକ କିଛି ଚାଲିଥିଲା । ରେସଲମାନିଆ 36ରୁ ଡେଡମ୍ୟାନ ଔପଚାରିକ ଭାବେ ଅବସର ନେଇଥିଲେ । ଏନେଇ ନିର୍ଣ୍ଣାୟକ ଫ୍ୟାରେୱେଲ ସହ ସେ ସର୍ଭାଇଭର ସିରିଜରେ ଔପଚାରିକ ଘୋଷଣା କରିଥିଲେ ।

ଇରଫାନ ପଠାନ

5. ଇରଫାନ ପଠାନ

ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ପେଷାଦାର କ୍ରିକେଟରୁ ସନ୍ୟାସ ନେଇ ଘୋଷମା କରନ୍ତି । ଇରଫାନ ପଠାନ ବର୍ଷ 2003ରେ ଅନ୍ତର୍ଜାତୀୟ ଡେବ୍ୟୁ କରନ୍ତି, ପରେ 16 ବର୍ଷ ଧରି ପେଷାଦାର କ୍ରିକେଟ ଖେଳନ୍ତି । ତେବେ 2012 ପରଠାରୁ ଅନ୍ତର୍ଜାତୀୟ ମ୍ୟାଚରେ ନଜର ଆସିନଥିଲେ ସେ । ଫେବୃଆରୀ 2019 ପର୍ଯ୍ୟନ୍ତ ଘରୋଇ କ୍ରିକେଟ ଖେଳିବା ଜାରି ରଖିଥିଲେ ।

ପାର୍ଥୀବ ପଟେଲ

6. ପାର୍ଥୀବ ପଟେଲ

ମାତ୍ର 17 ବର୍ଷ ବୟସରେ ଅନ୍ୟତମ ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ ଖେଳିଥିଲେ । 36 ତମ ଜନ୍ମଦିନର 3 ମାସ ପୂର୍ବରୁ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରନ୍ତି ଦକ୍ଷ ୱିକେଟ କିପର ଓପନର ବ୍ୟାଟ୍ସମ୍ୟାନ ପାର୍ଥୀବ ।

କୁନିପୁଅ ଭଳି ଚେହେରା ସହ ପାର୍ଥୀବଙ୍କୁ ଯେବେ, 17 ବର୍ଷ 153 ଦିନ ହୋଇଥିଲା ସେବେ, ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ପଦାର୍ପଣ ଟେଷ୍ଟ ଖେଳିଥିଲେ । ପର ଦେଶ ପାଇଁ 25ଟି ଟେଷ୍ଟ, 38ଟି ଦିନିକିଆ ଓ ଦୁଇଟି ଟି-20 ସହ ଦେଶ ପାଇଁ ମୋଟ 65ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୌଭାଗ୍ୟ ପାଇଥିଲେ ।

ମହମ୍ମଦ ଆମୀର

7. ମହମ୍ମଦ ଆମୀର

ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆମୀର 28 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଜାତୀୟ ଟିମରେ ଚୟନ ନେଇ ଅଣଦେଖା ଓ ବୋର୍ଡ ଅଧିକାରୀଙ୍କ ନେତୃତ୍ବରେ ଖେଳିପାରିବେ ନାହିଁ କହି ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣିଥିଲେ ।

ସ୍ପଷ୍ଟ ଫିକ୍ସିଂ ମାମଲାରେ ଦୋଷୀ ଭାବେ ବର୍ଷ 2011ରେ ଜେଲ ଯାଇଥିଲେ ଆମୀର । ତେବେ ପରେ ଜାତୀୟ ଦଳକୁ ଫେରିବା ସହ 2017ରେ ପାକିସ୍ତାନକୁ ଚମ୍ପିଆନ୍ସ ଟ୍ରଫି ଜିତାଇବାରେ ପ୍ରମୁଖ ଭୁମିକା ଗ୍ରଣ କରିଥିଲେ । ମାତ୍ର ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ସେ ବାଦ ପଡିଥିଲେ ।

ମହେନ୍ଦ୍ର ସିଂହ ଧୋନି

8. ମହେନ୍ଦ୍ର ସିଂହ ଧୋନି

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରନ୍ତି । ଏହି ଖବର ନିଆଁ ପରି ବିଶ୍ବରେ ବ୍ୟାପିଯାଏ । 74ତମ ସ୍ବାଧୀନତା ଦିବସରେ ଦେଶର ଅନ୍ୟତମ ଶ୍ରେଷ୍ଠ ସୀମିତ ଓଭର କ୍ରିକେଟର ନିଜର 16 ବର୍ଷର ସଫଳତମ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଶେଷ ବୋଲି ଘୋଷଣା କରନ୍ତି ।

ଧୋନି, ସୀମିତ ଓଭର ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ସଫଳତମ କ୍ୟାପଟେନ ଭାବେ ବିଦାୟ ନିଅନ୍ତି । 2007 ଟି-20 ବିଶ୍ବକପ, 50 ଓଭର ବିଶ୍ବକପ 2011 ଓ 2013 ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜୟ ସହ ଏକମାତ୍ର କ୍ୟାପଟେନ ଭାବେ ଆଇସିସିର 3ଟି ଟ୍ରଫି ବିଜୟୀ କ୍ୟାପଟେନ ରହିଛନ୍ତି ଧୋନି ।

ସୁରେଶ ରାଇନା

9. ସୁରେଶ ରାଇନା

ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଘୋଷଣାର ମାତ୍ର କିଛି ମୂହୂର୍ତ୍ତ ପରେ ସୁରେଶ ରାଇନା 15 ଅଗଷ୍ଟ 2020(ରବିବାର) ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କୁହନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଜରିଆରେ ଅବସର ସୂଚନା ଦେବା ସହ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ଧୋନିଙ୍କ ଯାତ୍ରାର ପଥିକ ହେବେ ବୋଲି ଘୋଷଣା କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details