ଓଡିଶା

odisha

ETV Bharat / sports

‘ଭାରତ-ପାକିସ୍ତାନ ମ୍ୟାଚ ବିନା ଟେଷ୍ଟ ଚମ୍ପିଆନସିପ୍‌ ଅର୍ଥହୀନ’ - Indo-Pak series

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଅଧୀନରେ ଭାରତ ଏବଂ ପାକିସ୍ତାନକୁ ଏକ ଟେଷ୍ଟ ସିରିଜ୍ ଖେଳିବାରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି ୱାକର ୟୁନିସ୍ ।

wtc-without-indo-pak-series-doesnt-make-sense-waqar
‘ଭାରତ-ପାକିସ୍ତାନ ମ୍ୟାଚ ବିନା ଟେଷ୍ଟ ଚମ୍ପିଆନସିପ୍‌ ଅର୍ଥ ହୀନ’

By

Published : Mar 17, 2020, 11:21 PM IST

ଲାହୋର: ପୁଣି ଭାରତ-ପାକ୍‌ ମ୍ୟାଚ ପାଇଁ ବିଳି ବିଳେଇଲେ ପୂର୍ବତନ ପାକିସ୍ତାନୀ ଖେଳାଳି । ଆଇସିସିକୁ ଦେଲେ ଦୋଷ । ଏମିତି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଦ୍ରୁତ ବୋଲର ୱାକର ୟୁନିସ୍ । ସେ କହିଛନ୍ତି, ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଅଧୀନରେ ଭାରତ ଏବଂ ପାକିସ୍ତାନକୁ ଏକ ଟେଷ୍ଟ ସିରିଜ୍ ଖେଳିବାରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ୍ ।

ୱାକର ଏକେ ପାକ୍‌ ୟୁଟ୍ୟୁବ ଚ୍ୟାନେଲ ‘‘କ୍ରିକେଟ୍ ବାଜ’’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ଜାଣେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସରକାରୀ ସ୍ତରରେ ମଧ୍ୟ ଏହା ଏକ କଷ୍ଟସାଧ୍ୟ ପରିସ୍ଥିତି । କିନ୍ତୁ ମୁଁ ଭାବୁଛି ଆଇସିସି ଏହି ଚମ୍ପିଆନସିପରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ ।’’

ଚମ୍ପିଆନସିପର ନିୟମ ଅନୁଯାୟୀ ପ୍ରତ୍ୟେକ ଦଳ 8ଟି ଦଳ ମଧ୍ୟରୁ କେବଳ 6ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେଣୁ ପ୍ରାୟ ଦୁଇ ବର୍ଷ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଦୁଇ ଦେଶ ପରସ୍ପରକୁ ମୁହାଁମୁହିଁ କରାଇବାରେ ସକ୍ଷମ ହେବେ । ଚମ୍ପିଆନସିପ୍‌ ଅଗଷ୍ଟ 1 2019 ରେ ଆରମ୍ଭ ହୋଇଥିଲା ଏବଂ ଫାଇନାଲ୍ ଜୁନ୍ 10 ରୁ 14, 2021 ପର୍ଯ୍ୟନ୍ତ ଲର୍ଡସରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି |

ABOUT THE AUTHOR

...view details