ଓଡିଶା

odisha

ETV Bharat / sports

ଜାଣନ୍ତୁ କିଏ ରାଇନାଙ୍କ ଲକଡାଉନ ପାର୍ଟନର - ସୁରେଶ ରାଇନା

ସାଥୀ ଖେଳାଳି ଡ୍ବାଏନ ବ୍ରାଭୋ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହ ସେ ଏକ କ୍ବାରେଣ୍ଟାଇନରେ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ସୁରେଶ ରାଇନା । ଅଧିକ ପଢ଼ନ୍ତୁ...

Jadeja and Bravo Raina's lockdown partners, Suresh Raina, ରାଇନାଙ୍କ ଲକଡାଉନ ପାର୍ଟନର, ଡ୍ବାଏନ ବ୍ରାଭୋ, ସୁରେଶ ରାଇନା, ରବିନ୍ଦ୍ର ଜାଡେଜା
ଜାଣନ୍ତୁ କିଏ ରାଇନାଙ୍କ ଲକଡାଉନ ପାର୍ଟନର

By

Published : May 30, 2020, 10:18 PM IST

ନୂଆଦିଲ୍ଲୀ: ସାଧାରଣ ପରିସ୍ଥିତିରେ ଡ୍ବାଏନ ବ୍ରାଭୋ, ସୁରେଶ ରାଇନା ଏବଂ ରବିନ୍ଦ୍ର ଜାଡେଜା ଆଇପିଏଲର 13 ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥାନ୍ତେ ଏବଂ ଆଇପିଏଲରେ ସିଏସକେର ରେକର୍ଡକୁ ବିଚାର କରିବା ଯଦି ବୋଧହୁଏ ପ୍ଲେ ଅଫରେ କଡ଼ା ବ୍ୟାଟିଂ ମଧ୍ୟ କରିଥାନ୍ତେ କିନ୍ତୁ ବର୍ତ୍ତମାନ କୋଭିଡ-19 ମହାମାରୀ ହେତୁ ଏହି ତିନିଜଣ ପ୍ରଶିକ୍ଷଣର ନାମମାତ୍ର ସୁଯୋଗ ସହିତ ଭିନ୍ନ ଭିନ୍ନ ସହରରେ ଅଛନ୍ତି । ବିସିସିଆଇ ଦ୍ବାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ଆଇପିଏଲର 13ତମ ସଂସ୍କରଣ ।

ଏହି ସମୟ ମଧ୍ୟରେ ଯେତେବେଳେ ଅନେକ ସହର ଭାଇରସ ବିସ୍ତାରକୁ ରୋକିବା ପାଇଁ ସରକାରଙ୍କ ଦ୍ବାରା ଜାରି ଲକଡାଉନ ନିୟମକୁ ପାଳନ କରୁଛନ୍ତି, ସିଏସକେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କହିଛନ୍ତି ଯେ ସେ ତାଙ୍କ ସାଥୀ ଖେଳାଳି ଡ୍ବାଏନ ବ୍ରାଭୋ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହ ସେ ଏକ କ୍ବାରେଣ୍ଟାଇନରେ ରହିବାକୁ ପସନ୍ଦ କରିବେ।

“ମୁଁ ରବିନ୍ଦ୍ର ଜାଡେଜାଙ୍କୁ ନେବାକୁ ପସନ୍ଦ କରିବି। ମତେ ତାଙ୍କ ସହ ଭଲ ଲାଗେ, ସେ ମଜା କରନ୍ତି’’ ବୋଲି ଫ୍ରାଞ୍ଚାଇଜ ସହିତ ଇନଷ୍ଟାଗ୍ରାମ ଭିଡିଓରେ ରାଇନା କହିଛନ୍ତି।

“ମୁଁ ତାଙ୍କ ଫାର୍ମହାଉସରେ ଲକଡାଉନ ସମୟ କାଟିବାକୁ ପସନ୍ଦ କରିବି, ତାଙ୍କ ଘୋଡାରେ ଚଢିବି, ବୋଧହୁଏ ତାଙ୍କୁ ଘୋଡା ଚଢ଼ିବା ଶିଖାଇବାକୁ କହିବି । ଆମେ ସେଠାରେ ସୁସ୍ବାଦୁ ଖାଦ୍ୟ ଖାଇବୁ ।’’

‘‘ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଯାହା କରୁଛନ୍ତି ମତେ ଖୁବ ଭଲ ଲାଗେ, ସେ ବହୁତ କଠିନ ପରିଶ୍ରମ କରନ୍ତି । ଆଶା କରୁଛି ସେ ଦେଶ ପାଇଁ ଆହୁରି ଭଲ କରିବେ” କହିଛନ୍ତି ରାଇନା ।
ଯେତେବେଳେ କେଉଁ ବିଦେଶୀ ଖେଳାଳିଙ୍କୁ ସେ ଏକ କ୍ବାରେଣ୍ଟାଇନ ପାର୍ଟନର ଭାବରେ ପସନ୍ଦ କରିବେ ବୋଲି ପଚରାଗଲା, ୱେଷ୍ଟ ଇଣ୍ଡିଜ ଖେଳାଳିଙ୍କ ବ୍ରାଭୋଙ୍କ ଗୁଙ୍ଗ-ହୋ ସ୍ବଭାବ ହେତୁ ରାଇନା ତାଙ୍କୁ ବାଛିଲେ ।

“ମୁଁ ଭାବୁଛି ମୁଁ ଡିଜେ ବ୍ରାଭୋ ନେବି। ଲକଡାଉନରେ ଆପଣ ପ୍ରକୃତରେ ଘରେ ନାଚିବା ଆବଶ୍ୟକ ଏବଂ ମୁଁ ଭାବୁଛି ସେ ଆପଣଙ୍କୁ ଖୁସି କରିବା ପାଇଁ କିଛି ବି କରି ପାରିବେ । ସେ ଆପଣଙ୍କୁ ବିଭିନ୍ନ ଗୀତରେ ଡାନ୍ସ କରାଇବେ, ଏପରିକି ନୂତନ ଗୀତ ମଧ୍ୟ ପ୍ରସ୍ତୁତ କରିବେ, ତେଣୁ ବିଦେଶ ଖେଳାଳିଙ୍କ ମଧ୍ୟରେ ମୁଁ ବ୍ରାଭୋଙ୍କ ସହ ରହିବାକୁ ପସନ୍ଦ କରିବି ବୋଲି.’’ ରାଇନା କହିଛନ୍ତି।

ABOUT THE AUTHOR

...view details