ଢାକା: ଅନ୍ତର୍ଜାତୀୟ ମ୍ୟାଚକୁ କୋରୋନା ଭୟ । ଏଠାରେ ଖେଳାଯିବାକୁ ଥିବା ବିଶ୍ବ ଏକଦାଶ ବନାମ ଏସିଆ ଏକାଦଶର ମ୍ୟାଚର ତାରିଖ ବାତିଲ ହୋଇଛି । ତେବେ ଏହି ମ୍ୟାଚ ଶେଖ୍ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ସ୍ମୃତିରେ ଖେଳାଯିବାର ଥିଲା ।
କୋରୋନା ଭୟ: ବିଶ୍ବ ଏକଦାଶ ବନାମ ଏସିଆ ଏକାଦଶ ମ୍ୟାଚ ବାତିଲ - World XI vs Asia XI
ଅନ୍ତର୍ଜାତୀୟ ମ୍ୟାଚକୁ କୋରୋନା ଭୟ । ଏଠାରେ ଖେଳାଯିବାକୁ ଥିବା ବିଶ୍ବ ଏକଦାଶ ବନାମ ଏସିଆ ଏକାଦଶର ମ୍ୟାଚର ତାରିଖ ବାତିଲ ହୋଇଛି । ଅଧିକ ପଢନ୍ତୁ...

ବାଂଲାଦେଶ କ୍ରିକେଟ୍ ବୋର୍ଡର ସଭାପତି ନଜମୁଲ ହାସନ ବୁଧବାର ଗଣମାଧ୍ୟମକୁ କହିଛନ୍ତି, ମାର୍ଚ୍ଚ 21 ଏବଂ 22 ରେ ହେବାକୁ ଥିବା ଦୁଇଟି ମ୍ୟାଚ୍ ଆୟୋଜନ ଏବଂ ଏହା ପୂର୍ବରୁ ଏଆର୍ ରହମାନଙ୍କ ସଙ୍ଗୀତ କନସର୍ଟରେ ବୋର୍ଡ ସମସ୍ୟାର ସମ୍ମୁଖୀନ ହେଉଛି । ଆମ ହାତରେ ଦୁଇଟି ବିକଳ୍ପ ଥିଲା ବୋଲି ହାସନ କହିଛନ୍ତି । ସେ କହିଛନ୍ତି, ଆମେ 18 ତାରିଖ ଦିନ ଏକ କନସର୍ଟ ଆୟୋଜନ କରିବାର ଯୋଜନା କରିଥିଲୁ । କିନ୍ତୁ ଆମେ ଏହାକୁ ଏକ ବଡ଼ ଢଙ୍ଗରେ କରିବାକୁ ନିଷ୍ପତ୍ତି ନେଇଛୁ । ସେଥିପାଇଁ ଆମକୁ ଏହାକୁ କ୍ଷଣିକ ପାଇଁ ସ୍ଥଗିତ ରଖିବାକୁ ପଡିଛି । ଏହାର କାରଣ କୋରୋନା ଭାଇରାସ । ତେଣୁ ଏହା 18 ତାରିଖ ଦିନ ଆୟୋଜନ ହୋଇ ପାରିବ ନାହିଁ । ଯେତେବେଳେ ପରିସ୍ଥିତି ସୁଧୁରିବ, ଆମେ ଏହାକୁ ବଡ ଆକାରରେ ଆୟୋଜନ କରିବୁ ।
ପୁଣି ସେ କହିଛନ୍ତି, ଆମେ ମଧ୍ୟ 21 ଓ 22 ରେ ମ୍ୟାଚ୍ ଆୟୋଜନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛୁ । ଖେଳାଳିମାନେ ଏଠାକୁ ଆସି ଖେଳିବେ । ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଦୁଇଟି ଇଭେଣ୍ଟ (କନସର୍ଟ ଏବଂ ଟି -20 ମ୍ୟାଚ୍) କୁ ସ୍ଥଗିତ ରଖିଛୁ । ଆମେ ଆକଳନ କରିଛୁ ଆଗାମୀ ଦୁଇ ମାସ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିଲେ ମ୍ୟାଚ ଆୟୋଜନ କରାଯିବ । ତେଣୁ କାର୍ଯ୍ୟକ୍ରମ ଗୁଡ଼ିକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।