ନୂଆଦିଲ୍ଲୀ: ଭାରତୀୟ ଦଳକୁ ବଡ ଝଡକା । ଆହତ କାରଣରୁ ବିଶ୍ବକପରୁ ବାଦ ପଡିପାରନ୍ତି ଭାରତୀୟ ଓପନର ଶିଖର ଧୱନ । ପାଖାପାଖି 3 ସପ୍ତାହ ଧରି ଧାୱନଙ୍କ ଚିକିତ୍ସା ଚାଲିବ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେବେ ପରୀକ୍ଷା ପରେ ଗୁରୁବାର ଡାକ୍ତର ତାଙ୍କୁ 3 ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଫିଜିଓ ଧୱନଙ୍କୁ ଆଉଥରେ ପରୀକ୍ଷା କରିବେ । ଭାରତୀୟ ଟିମ ଓ ସବୁ ପ୍ରଶଂସକ ଧୱନଙ୍କର ବେଶୀ କିଛି ନ ହେଇଥାଉ ଓ ସେ ପୁଣି ଫିଟ ହୋଇ ବିଶ୍ବକପରେ ଭାରତ ପାଇଁ ଖେଳିବେ ବୋଲି ଆଶା ରଖିଛନ୍ତି ।
ରବିବାର ଅଷ୍ଟ୍ରଲିଆ ବିପକ୍ଷ ମ୍ୟାଚରେ ଶିଖର ଶତକୀୟ ପାଳି ଖେଳିଥିଲେ ଓ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଦୃତ ବୋଲର ନାଥନ କୁଲଟ୍ର ନାଇଲଙ୍କ ବଲ ତାଙ୍କ ବୁଢା ଆଙ୍ଗୁଠିରେ ଲାଗିଥିଲା । ଫଳରେ ସେ ଖୁବ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଆଘାତ ସତ୍ତ୍ବେ ସେ ବ୍ୟାଟିଂ ଜାରି ରଖିଥିଲେ । 109 ବଲରୁ 117ରନର ଦମଦାର ପାଳି ଖେଳିଥିଲେ ଶିଖର ।