ମାଞ୍ଚେଷ୍ଟର: ସଣ୍ଡେ ସୁଫର ଫାଇଟ ଭାରତ-ପାକିସ୍ତାନ ମହା ଲଢେଇରେ ବାଜିମାତ୍ କରିଛି ବିରାଟ ସେନା । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ଏହି ବିଜୟୀ ସହ ଭାରତ ବିଶ୍ବକପରେ ପାକିସ୍ତାନ ବିପକ୍ଷ ବିଜୟୀ ଧାର ବଜାୟ ରଖିଛି। ତେବେ ଏହି ମ୍ୟାଚରେ ବିଶେଷ କିଛି ଭୂମିକା ଗ୍ରହଣ କରି ନଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।
ବିଶ୍ବକପ: ଦ୍ରାବିଡଙ୍କୁ ପଛରେ ପକାଇଲେ ଧୋନି - second most capped
ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାରେ 2ୟ ଭାରତୀୟ ବନିଛନ୍ତି ଏମଏସ ଧୋନି ।
ୱିକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନି ରବିବାର ଦିନିକିଆ ମ୍ୟାଚ ଖେଳି, ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାରେ 2ୟ ଭାରତୀୟ ବନିଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ଗତକାଲି ମ୍ୟାଚରେ ଧୋନି ମାତ୍ର ଏକ ରନ କରି ଆଉଟ ହୋଇଯାଇଥିଲେ ।
ତେବେ ଧୋନି ଏଯାବତ୍ 344ଟି ଦିନିକିଆ ମ୍ୟାଚ ଖେଳିସାରିଛନ୍ତି । କିନ୍ତୁ ଏଥିରେ 3ଟି ଏସିଆ ଏକାଦଶ ମ୍ୟାଚ ସାମିଲ ରହିଛି । ତେଣୁ ଏହାକୁ ବାଦ ଦେଲେ ଧୋନିଙ୍କ ଦିନିକିଆ ସଂଖ୍ୟା ହେଉଛି 341 । ଯେତେବେଳେ ଦ୍ରାବିଡଙ୍କ ଦିନିକିଆ ମ୍ୟାଚ ସଂଖ୍ୟା ରହିଛି 340। ତେବେ 463ଟି ଦିନିକିଆ ମ୍ୟାଚ ଖେଳି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର।