ଓଡିଶା

odisha

ETV Bharat / sports

ବିଶ୍ବକପ: ଆର୍ଚର ଓ ରୟଙ୍କୁ ଜୋରିମାନା

ଇଂଲଣ୍ଡ ଟିମର ଅଲରାଉଣ୍ଡର ଜୋଫ୍ରା ଆର୍ଚର ଓ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କୁ ମ୍ୟାଚ୍ ଫି’ର 15 ପ୍ରତିଶତ ଜୋରିମାନା ଲଗିଛି ।

By

Published : Jun 4, 2019, 11:43 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଲଣ୍ଡନ: ଇଂଲଣ୍ଡ ଟିମର ଅଲରାଉଣ୍ଡର ଜୋଫ୍ରା ଆର୍ଚର ଓ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କୁ ମ୍ୟାଚ୍ ଫି’ର 15 ପ୍ରତିଶତ ଜୋରିମାନା ଲଗିଛି । ସୋମବାର ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ଏବଂ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ ଦୁହେଁ । ଫଳରେ ତାଙ୍କୁ ଏହି ଜୋରିମାନ ଦେବାକୁ ପଡଛି । ସୂଚନାଥାଉ କି, ସୋମବାର ମ୍ୟାଚରେ 14ରନରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା ଆୟୋଜକ ଇଂଲଣ୍ଡ ।

ତେବେ ଏହି ଘଟଣା ପାକିସ୍ତାନ ଇନିଂସର ୧୪ତମ ଓଭରରେ ଘଟିଥିଲା । ରୟ ଫିଲ୍ଡିଂ ମିସ୍ କରିବା ପରେ ଆର୍ଚର ଅଶ୍ଲୀଳ ଭାଷା ବ୍ୟବହାର କରିଥିଲେ । ସେହିପରି ଆର୍ଚର 27ତମ ଓଭରରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଦୁହିଁଙ୍କ ଶୃଙ୍ଖଳାଗତ ରେକର୍ଡ ଖାତାରେ ଏବେ ଗୋଟିଏ ଲେଖାଏଁ ଡିମେରିଟ୍ ପଏଣ୍ଟ ଯୋଡ଼ି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details