ଲଣ୍ଡନ: ଇଂଲଣ୍ଡରେ କଙ୍ଗାରୁ ଦମନ କରିଛି ବିରାଟ ସେନା । 2015 ବିଶ୍ବକପର ବଦଲା ନେଇଛି ଭାରତ । ଓପନିଂ ଯୋଡିର ଦମଦାର ଆରମ୍ଭ ଓ ମିଳିତ ବୋଲିଂ ପ୍ରାୟାସରେ 36 ରନରେ ମ୍ୟାଚ ଉପରେ ବିଜୟ ହାସଲ କରିଛି ବିରାଟ ଆଣ୍ଡ କମ୍ପାନୀ । ଚଳିତ ବିଶ୍ବକପରେ ଭାରତ ଏହା 2ୟ ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆର ବିଜୟ ଧାରାରେ ରୋକ୍ ଲଗାଇଛି ମେନ ଇନ ବ୍ଲୁ ।
ତେବେ ଟସ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ କ୍ୟାପଟେନ କୋହଲି । ପ୍ରଥମ ୱିକେଟ 127ରନ ଭାଗିଦାରୀ, ଶିଖରଙ୍କ ଶତକ, ବିରାଙ୍କ ଓ ରୋହିତଙ୍କ ଅର୍ଦ୍ଧଶତ ଏବଂ ପାଣ୍ଡ୍ୟାଙ୍କ 48ରନ ବଳରେ ନିର୍ଦ୍ଧାରିତ ଓଭରରେ 5 ୱିକେଟ ହାରାଇ 352ରନ କରିଥିଲା ଭାରତୀୟ ଦଳ । ଜବାବରେ କଙ୍ଗାରୁ ମଧ୍ୟ ଦମଦାର ଆରମ୍ଭ କରିଥିଲା । ଡେଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ଓ ଷ୍ଟିଭ ସ୍ମିଥଙ୍କ 69ରନ ଅଷ୍ଟ୍ରେଲିଆ ରଥକୁ ବିଜୟ ଆଡକୁ ଟାଣି ନେଇଥିଲା । ମାତ୍ର ମଧ୍ୟ ଓଭରରେ ଭୁବନେଶ୍ବର କୁମାର ଓ ଭାରତୀୟ ପେସ ଷ୍ଟାର ଜସପ୍ରିତ ବୁମରାଙ୍କ ପେସ ଆଟାକ ବଳରେ ଧରାଶାୟୀ ହେଲା କଙ୍ଗାରୁ ଦଳ ।