ଓଡିଶା

odisha

ETV Bharat / sports

ବିଶ୍ବକପ: ମଧ୍ୟରାତ୍ରୀରେ ଭାରତ ପାଳିଲା ମହୋତ୍ସବ - pakistan

ସଣ୍ଡେ ସୁପର ଫାଇଟ ଭାରତ-ପାକିସ୍ତାନ ମହାଲଢେଇରେ ବାଜିମାତ୍‌ କରିଛି ବିରାଟ ସେନା । ତେବେ ମ୍ୟାଚ ମଧ୍ୟରାତ୍ରୀରେ ଶେଷ ହୋଇଥିଲେ ମଧ୍ୟ ସାରା ଭାରତରେ କ୍ରିକେଟପ୍ରେମୀଙ୍କ ଉତ୍ସାହ କମିନଥିଲା ।

ଫଟୋ ସୌଜନ୍ୟ- ଏଏନଆଇ

By

Published : Jun 17, 2019, 2:38 PM IST

Updated : Jun 17, 2019, 2:55 PM IST

ମାଞ୍ଚେଷ୍ଟର: ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ବିଜୟ ଧାର ବଜାୟ ରଖିଛି ଭାରତ । ସୁପର ସଣ୍ଡେ ଫାଇଟରେ ପାକିସ୍ତାନ ବିପକ୍ଷ ମହାଲଢେଇରେ ଦମଦାର ବାଜିମାତ୍‌ କରିଛି ବିରାଟ ସେନା । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ତେବେ ମ୍ୟାଚ ମଧ୍ୟରାତ୍ରୀରେ ଶେଷ ହୋଇଥିଲେ ମଧ୍ୟ ସାରା ଭାରତରେ କ୍ରିକେଟପ୍ରେମୀଙ୍କ ଉତ୍ସାହ କମିନଥିଲା ।

ଫଟୋ ସୌଜନ୍ୟ- ଏଏନଆଇ
ଫଟୋ ସୌଜନ୍ୟ- ଏଏନଆଇ

ତେବେ ବିଜୟ ପାଇଁ କେବଳ ଇଂଲଣ୍ଡରେ ଖୁସି ମନାଯାଇନଥିଲା । ବରଂ ସାରା ଭାରତ ବର୍ଷରେ ମଧ୍ୟ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ପଞ୍ଜାବର ଅମୃତସରଠାରେ ଟିମ ଇଣ୍ଡିଆର ବିଜୟ ପରେ ମହୋତ୍ସବ ପାଳନ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ, ମୁମ୍ବାଇ, ମଧ୍ୟପ୍ରଦେଶରେ ମଧ୍ୟ ଟିମ ଇଣ୍ଡିଆର ବିଜୟରେ ପ୍ରଶଂସକ ଭାରତୀୟ ଜାତୀୟ ପତାକା ଧରି ଉତ୍ସାହିତ ଦେଖାଯାଇଥିଲେ । କିଛି ପ୍ରଶଂସକ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ସମ୍ମୁଖରେ ଭାରତର ବିଜୟରେ ଖୁସି ପାଳନ କରିଥିଲେ ।

ଫଟୋ ସୌଜନ୍ୟ- ଏଏନଆଇ
ଫଟୋ ସୌଜନ୍ୟ- ଏଏନଆଇ
Last Updated : Jun 17, 2019, 2:55 PM IST

ABOUT THE AUTHOR

...view details