ଟୌଣ୍ଟନ: ଆଜି ବିଶ୍ବକପର ଅନ୍ୟତମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଦଳକୁ ଭେଟୁଛି ବାଂଲାଦେଶ ଦଳ। ତେବେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଫଳରେ ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଛି କାରବିଆନ ଦଳ।
ତେବେ ସମାନ ପଏଣ୍ଟ ପାଇ ତାଲିକାର 6ଷ୍ଠ ଓ 8ମ ସ୍ଥାନରେ ଯଥାକ୍ରମେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ । ଫଳରେ ଆଜି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବ ବହନ କରୁଛି। ତେବେ ଉଭୟ ଦଳ 4ଟି ମ୍ୟାଚ ଖେଳି 3 ପଏଣ୍ଟ ଲେଖାଏଁ ପାଇଛନ୍ତି। ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ହାରିଥିବା ବେଳେ ଗୋଟିଏ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି ।