ଆଡିଲେଡ: ଶ୍ରୀଲଙ୍କା ମହିଳା କ୍ରିକେଟକୁ ଲାଗିଛି ବଡ ଝଟକା। ପେସ ବୋଲର ଆଚିନି କୁଳସୁରିୟା ଗୁରୁତର ଆହତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ବିଶ୍ବକପ ଅଭ୍ୟାସ ମ୍ୟାଚରେ ଆହତ ହୋଇଛନ୍ତି ଆଚିନି ।
ମହିଳା ଟି-20 ବିଶ୍ବକପ: ଶ୍ରୀଲଙ୍କାକୁ ଝଟକା, ଅଭ୍ୟାସ ମ୍ୟାଚରେ ଆହତ ଆଚିନି - ଅଭ୍ୟାସ ମ୍ୟାଚରେ ଆଚିନି ଆହତ
ଶ୍ରୀଲଙ୍କା ମହିଳା କ୍ରିକେଟକୁ ଲାଗିଛି ବଡ ଝଟକା। ପେସ ବୋଲର ଆଚିନି କୁଳସୁରିୟା ଗୁରୁତର ଆହତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ବିଶ୍ବକପ ଅଭ୍ୟାସ ମ୍ୟାଚରେ ଆହତ ହୋଇଛନ୍ତି ଆଚିନି କୁଲସୁରିୟା।

ଆଚିନି କୁଲସୁରିୟା ଆହତ
ଆଚିନିଙ୍କ ପାଇଁ ଆଗାମୀ କିଛିଦିନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ନିୟମିତ ଭାବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି।
ଏକ କ୍ୟାଚ ଧରିବା ସମୟରେ ତାଙ୍କର ମୁଣ୍ଡରେ ଆଘାତ ଲାଗିବାରୁ ସେ ତଳେ ପଡିଯାଇଥିଲେ। ପଡିଆରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ଆଡିଲେଡ ହସ୍ପିଟାଲକୁ ନିଆଯାଇଥିଲା। ତେବେ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଶ୍ରୀଲଙ୍କା ଖେଳାଳିଙ୍କ ହୋଟେଲକୁ ଆଚିନି କୁଲସୁରିୟା ଫେରିଛନ୍ତି।