ଓଡିଶା

odisha

ETV Bharat / sports

ମହିଳା ଟି-20 ବିଶ୍ବକପ: ବାଂଲାଦେଶକୁ 18ରନରେ ହରାଇଲା ଭାରତ - ବାଂଲାଦେଶ ପରାସ୍ତ

ମହିଳା ଟି-20 ବିଶ୍ବକପ
ମହିଳା ଟି-20 ବିଶ୍ବକପ

By

Published : Feb 24, 2020, 7:47 PM IST

Updated : Feb 24, 2020, 9:25 PM IST

21:10 February 24

ଭାରତର ବାଜିମାତ । ଶେଫାଳି ବର୍ମା 'ପ୍ଲେୟାର ଅଫ୍‌ ଦ ମ୍ୟାଚ' ବିବେଚିତ

'ପ୍ଲେୟାର ଅଫ୍‌ ଦ ମ୍ୟାଚ' ଶେଫାଳି ବର୍ମା

19:30 February 24

ଭାରତ ବନାମ ବାଂଲାଦେଶ । ମହିଳା ଟି-20 ବିଶ୍ବକପର 2ୟ ମୁକାବିଲାରେ ବାଂଲାଦେଶକୁ 18ରନ୍‌ରେ ଭାରତ ପରାସ୍ତ କରିଛି ।

ପର୍ଥ: ମହିଳା ଟି-20 ବିଶ୍ବକପ । 2ୟ ମୁକାବିଲାରେ ବାଂଲାଦେଶକୁ ମାତ ଦେଇଛି ଭାରତ । ହରମନପ୍ରୀତଙ୍କ ଟିମ ବାଂଲା ଦଳକୁ 18ରନରେ ପରାସ୍ତ କରି ବିଶ୍ବକପରେ 2ୟ ବିଜୟ ହାସଲ କରିଛି ।  ଡବ୍ଲୁ.ଏ.ସି.ଏ ଗ୍ରାଉଣ୍ଡରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଭାରତ ନିର୍ଦ୍ଧାରିତ ଓଭରରେ ପ୍ରଥମେ ବ୍ୟାଟିଂ କରି 6 ଓ୍ବିକେଟ ବିନିମୟରେ 142ରନ୍‌ କରିଥିଲା ଭାରତ ।  

ତେବେ ବିପକ୍ଷ ଦଳ ବାଂଲାଦେଶ 143 ଟାର୍ଗଟକୁ ପିଛା କରି ନିର୍ଦ୍ଧାରିତ ଓଭରରେ  8 ଓ୍ବିକେଟ ବିନିମୟରେ ମାତ୍ର 124ରନ୍‌ କରି ପାରିଥିଲା । ବାଂଲାଦେଶର ମୁର୍ଶିଦା ଖାତୁନ୍‌ 30 ଓ  ନିଗାର ସୁଲତାନା 35 ରନ୍‌ କରିଥିଲେ ।  

ଭାରତ ପକ୍ଷରୁ ସର୍ବାଧିକ 3 ଓ୍ବିକେଟ ପୁନମ ଯାଦବ ନେଇଛନ୍ତି । ଏଥିସହ ଶିଖା ପାଣ୍ଡେ ଓ ଅରୁନ୍ଧତୀ 2ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରାଜେଶ୍ବରୀ ଗୋଟିଏ ଓ୍ବିକେଟ ହାତେଇଛନ୍ତି ।

ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଶେଫାଳି ବର୍ମା 39 (17ବଲ୍‌)ରନ୍‌ ଓ ଜେମିମା ରୋଡ୍ରିଗ୍ସ 34(37ବଲ୍‌)ରନ କରିଥିଲେ  । ସେହିପରି ତାନିୟା 2ରନ୍‌, ହରମନପ୍ରୀତ କୌର 8ରନ୍‌, ଦୀପ୍ତି ଶର୍ମା 11ରନ୍‌, ରିଚା ଘୋଷ 14ରନ୍‌, ବେଦା କ୍ରିଷ୍ଣମୂର୍ତ୍ତୀ 20ରନ୍‌ ଓ ଶିଖା ପାଣ୍ଡେ 7ରନ୍‌ ସଂଗ୍ରହ କରିଥିଲେ । 

ତେବେ ବିପକ୍ଷ ଦଳ ପକ୍ଷରୁ ସଲମା ଖାତୁନ୍ ଓ ପାନ୍ନା ଘୋଷ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଭାରତୀୟ ଦଳ: ହରମନପ୍ରୀତ କୌର୍ (କ୍ୟାପଟେନ୍‌), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ,  ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ (ୱିକେଟକିପର),  ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ 

ବାଂଲାଦେଶ ଦଳ: ମୁର୍ଶିଦା ଖାତୁନ୍‌, ଶାମିମା ସୁଲତାନା,ସଞ୍ଜିଦା ଇସଲାମ୍‌,ନିଗାର ସୁଲତାନା (ୱିକେଟକିପର), ଫର୍ଗାନା ହକ୍‌, ରୁମାନା ଅହମ୍ମଦ, ସଲମା ଖାତୁନ୍ (କ୍ୟାପଟେନ୍‌),ଫାହିମା ଖାତୁନ୍‌, ଜାହାନାରା ଆଲମ୍‌, ପାନ୍ନା ଘୋଷ, ନାହିଦା ଅଖତର  

Last Updated : Feb 24, 2020, 9:25 PM IST

ABOUT THE AUTHOR

...view details