ଓଡିଶା

odisha

By

Published : Mar 5, 2020, 8:49 AM IST

Updated : Mar 5, 2020, 9:28 AM IST

ETV Bharat / sports

ମହିଳା ଟି-20 ବିଶ୍ବକପ: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ ଲଢେଇ

ଆଜି ଆଇସିସି ମହିଳା ଟି-20 ବିଶ୍ବକପରେ ଖେଳାଯିବ ହାଇଭୋଲଟେଜ ସେମିଫାଇନାଲ ମୁକାବିଲା । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମୁକାବିଲା । ଅଧିକ ପଢନ୍ତୁ...

Women's T20 WC
ମହିଳା ଟି-20 ବିଶ୍ବକପ

ସିଡନୀ: ଆଜି ଆଇସିସି ମହିଳା ଟି-20 ବିଶ୍ବକପରେ ଖେଳାଯିବ ହାଇଭୋଲଟେଜ ସେମିଫାଇନାଲ ମୁକାବିଲା । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମୁକାବିଲା । 2ୟ ମୁକାବିଲାରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ । ଭାରତୀୟ ଦଳ ଚଳିତ ବିଶ୍ବକପରେ ଏଯାବତ ଅପରାଜେୟ ରହିଛି ।

କ୍ରିକେଟର ସମସ୍ତ ବିଭାଗରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିବା ସହ ଫର୍ମରେ ରହିଛି । ବିଶେଷ କରି ଓପନର ଶେଫାଳି ବର୍ମା ଜବରଦସ୍ତ ଫର୍ମରେ ରହିଛନ୍ତି । ଏଥିସହିତ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଟି-20 ବ୍ୟାଟ୍ସମ୍ୟାନ ମାନ୍ୟତାରେ ଶୀର୍ଷରେ ରହିଛନ୍ତି ଶେଫାଳି ।

ଲିଗ ପର୍ଯ୍ୟାୟରେ ଭାରତ ଅଷ୍ଟ୍ରେଲିଆକୁ 17 ରନରେ, ବାଂଲାଦେଶକୁ 18 ରନରେ, ନ୍ୟୁଜିଲାଣ୍ଡକୁ 3 ରନରେ ଓ ଶେଷରେ ଶ୍ରୀଲଙ୍କା ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି । ମାତ୍ର ଇଂଲଣ୍ଡ ସହ ପ୍ରଥମ ଥର ମୁହାମୁହିଁ ହେବ ହରମନପ୍ରିତ ବାହିନୀ । ସେମିଫାଇନାଲ ନକ ଆଉଟ ମ୍ୟାଚ ହୋଇଥିବାରୁ ବିଜୟ ସହ, ଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଛି ଭାରତୀୟ ଦଳ ।

ଭାରତୀୟ ମହିଳା ଦଳ: ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ହରମନପ୍ରିତ କୌର(କ୍ୟାପଟେନ), ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତି ଶର୍ମା, ତାନିଆ ଭାଟିଆ(ୱିକେଟ କିପର), ବେଦା କ୍ରିଷ୍ଣାମୂର୍ତ୍ତୀ, ଶିଖା ପାଣ୍ଡେ, ରାଧା ଯାଦବ, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ପୂଜା ବସ୍ତ୍ରକର, ହର୍ଲିନ ଦେଓଲ, ଅରୁନ୍ଧତି ରେଡ୍ଡି, ରିଚା ଘୋଷ ।

ଇଂଲଣ୍ଡ ମହିଳା ଦଳ: ଡାନିଏଲ ୱାଟ, ଟମ୍ମି ବିୟୁମାଇଣ୍ଟ, ନାଟଲେ ସ୍ପିଭର, ହେଦର ନାଇଟ(କ୍ୟାପଟେନ), ଫ୍ରାନ ୱିଲସନ, ଏମି ଏଲେନ ଜୋନ୍ସ(ୱିକେଟ କିପର), କାଥରିନ ବ୍ରଣ୍ଟ, ଏନ ଶ୍ରୁବସଲେ, ମେଡି ଭିଲରସ, ସୋଫିଏ ଏକଲେଷ୍ଟୋନ, ସାରହ ଗ୍ଳେନ, ଗର୍ଜିଆ ଇଲୱିସ, ୱିନଫିଲ୍ଡ, କାଟେ କ୍ରସ, ଫ୍ରେୟ ଡେଭିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 5, 2020, 9:28 AM IST

ABOUT THE AUTHOR

...view details