ମେଲବୋର୍ଣ୍ଣ: ସଦ୍ୟ ସମାପ୍ତ ଆଇସିସି ମହିଳା ଟି-20କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ଏଲିସ ପେରୀଙ୍କ ବଡ ବୟାନ । ବିଶ୍ବ ଅନ୍ୟତମ ଶ୍ରେଷ୍ଠ ମହିଳା କ୍ରିକେଟର ଏଲିସ ପେରୀ । ମହିଳା କ୍ରିକେଟ ପାଇଁ ଟି-20 ବିଶ୍ବକପ ଫାଇନାଲ ଅବିଶ୍ବସନୀୟ ମୂହୂର୍ତ୍ତ ବୋଲି ସେ କହିଛନ୍ତି ।
'ଟି-20 ବିଶ୍ବକପ ଫାଇନାଲ ମହିଳା କ୍ରିକେଟର ଅବିଶ୍ବସନୀୟ କ୍ଷଣ' - Ellyse Perry womens cricket
ସଦ୍ୟ ସମାପ୍ତ ଆଇସିସି ମହିଳା ଟି-20କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ଏଲିସ ପେରୀଙ୍କ ବଡ ବୟାନ । ବିଶ୍ବ ଅନ୍ୟତମ ଶ୍ରେଷ୍ଠ ମହିଳା କ୍ରିକେଟର ଏଲିସ ପେରୀ । ମହିଳା କ୍ରିକେଟ ପାଇଁ ଟି-20 ବିଶ୍ବକପ ଫାଇନାଲ ଅବିଶ୍ବସନୀୟ ମୂହୂର୍ତ୍ତ ବୋଲି ସେ କହିଛନ୍ତି ।
'ଟି-20 ବିଶ୍ବକପ ଫାଇନାଲ ମହିଳା କ୍ରିକେଟର ଅବିଶ୍ବସନୀୟ କ୍ଷଣ'
ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । 85 ରନରେ ଭାରତକୁ ହରାଇ ଟ୍ରଫି ଟେକିଥିଲା ଘରୋଇ ଅଷ୍ଟ୍ରେଲିଆ । ଏଲିସ ପେରୀ ଆହତ କାରଣରୁ ଫାଇନାଲ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ ।
ଅଷ୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା । ଷ୍ଟାଡିୟମରେ ରେକର୍ଡ 86, 174 ଲୋକେ ଏହି ଫାଇନାଲ ମ୍ୟାଚର ପ୍ରତ୍ୟକ୍ଷ ସାକ୍ଷୀ ପାଲଟିଥିଲେ । ଅଷ୍ଟ୍ରେଲିଆରେ ଖେଳାଯାଇଥିବା ସମସ୍ତ ମହିଳା କ୍ରୀଡା ଇଭେଣ୍ଟ ଠାରୁ ସର୍ବାଧିକ ଦର୍ଶକଙ୍କ ରେକର୍ଡ ଏହି ମ୍ୟାଚରେ ହୋଇଥିଲା ।