ହାଇଦ୍ରାବାଦ: ମହିଳା କ୍ରିକେଟରଙ୍କ ପାଇଁ ଐତିହାସିକ ଦିନ । ବର୍ମିଂହାମ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ ହେବ ମହିଳା ଟି-20 କ୍ରିକେଟ । ଇସିବି(ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ) ଓ ଆଇସିସି ପକ୍ଷରୁ ଅନେକ ଦିନ ହେଲା ମହିଳା କ୍ରିକେଟକୁ ସାମିଲ କରିବାକୁ ନେଇ ଆଗ୍ରହ ପ୍ରକାଶ କରି ଆସୁଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ, ମହିଳା ଖେଳିବେ ଟି-20 - ମହିଳା ଟି-20 କ୍ରିକେଟ
ବର୍ମିଂହାମ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ଏବେ ଦେଖିବାକୁ ମିଳିବ ମହିଳା ଟି-20 ମ୍ୟାଚ । ରାଜ୍ୟଗୋଷ୍ଠୀ କ୍ରୀଡାରେ 1988 ମସିହା ପରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି ।

ଡିଜାଇନ ଫଟୋ
ତେବେ ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ପକ୍ଷରୁ ଆଜି(ମଙ୍ଗଳବାର) ଏହା ଘୋଷଣା କରାଯାଇଛି । ବର୍ମିଂହାମ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ 8ଟି ମହିଳା ଦଳ ସାମିଲ ହେବେ । 1988 ମସିହା ପରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ 120 ମହିଳା କ୍ରିକେଟରଙ୍କ ସହ 8ଦିନ ଯାଏଁ ଟି-20 ମ୍ୟାଚ ଖେଳାଯିବ ।
ତେବେ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ 19ଟି ଖେଳ ସାମିଲ କରାଯାଇଛି । ସେଥିରେ 4,500 ଖେଳାଳୀ ଅଂଶଗ୍ରହଣ କରିବେ ।
Last Updated : Aug 13, 2019, 3:47 PM IST