କଟକ: ବାରବାଟୀରେ ଶେଷ ହେଲା ଆଉ ଏକ ମେଗା ଇଭେଣ୍ଟ। ଚଳିତ ବର୍ଷ ଆରମ୍ଭରୁ କଟକବାସୀ ଦେଖିଲେ ଆଉ ଏକ ଅନ୍ତଃର୍ଜାତୀୟ ଟୁର୍ଣ୍ଣାମେଣ୍ଟ। ସମାପ୍ତ ହେଲା 6 ଦିନ ଧରି ଚାଲିଥିବା ମହିଳା ଚାଲେଞ୍ଜର ଟ୍ରଫି। ଆଉ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଲା ଭାରତ-ସି।
ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ-ବି କୁ 8 ୱିକେଟରେ ପରାସ୍ତ କରିଛି ଭାରତ-ସି। 48 ବଲରୁ 89 ରନର ଧୂଆଁଦାର ପାଳି ଖେଲିଛନ୍ତି ଓପନର ଶେଫାଳି ବର୍ମା। ବାରବାଟୀ ବ୍ୟାଟିଂ ଟ୍ରାକରେ ଶେଫାଳିଙ୍କ ଏହି ଆକର୍ଷଣୀୟ ପାଳି ସର୍ବଦା ମନେରହିବ ବୋଲି କହିଛନ୍ତି ଦଳର ଅଧିନାୟିକା ଭେଦ କ୍ରୀଷ୍ଣମୂର୍ତ୍ତି।
ମହିଳା ଚାଲେଞ୍ଜର ଟ୍ରଫି: ବାଜି ମାରିଲା ଭାରତ-ସି ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ-ବି। ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ କରଥିଲା 131ରନ। ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 2 ୱିକେଟ ହରାଇ ବିଜୟୀ ହୋଇଥିଲା ଭାରତ-ସି। ଅନ୍ୟପଟେ ମ୍ୟାଚ ପରାଜୟ ପାଇଁ ଦୁର୍ବଳ ଫିଲଡିଂକୁ ଦାୟୀ କରିଛନ୍ତି ଭାରତ-ବି ର କ୍ୟାପଟେନ ସ୍ମୃତି ମନ୍ଧନା।
ବାରବାଟୀକୁ ଫେରୁଛି ଗୋଟିଏ ପରେ ଗୋଟିଏ ଅନ୍ତଃର୍ଜାତୀୟ ମ୍ୟାଚ। ଆଗାମୀ ଦିନରେ ମଧ୍ୟ ଅଧିକ ମ୍ୟାଚ ଆୟୋଜନ ନେଇ ଦୃଢୋକ୍ତି ପ୍ରକାଶ କରିଛି ଓଡିଶା କ୍ରିକେଟ ଆସୋସିଏସନ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ