ଓଡିଶା

odisha

ମହିଳା ଟି-20 ଚ୍ୟାଲେଞ୍ଜ: ୟୁଏଇରେ ପହଞ୍ଚିଲେ ହରମନପ୍ରୀତ-ସ୍ମୃତି-ଶେଫାଳି

By

Published : Oct 22, 2020, 8:26 PM IST

ମହିଳା ଟି-20 ଚ୍ୟାଲେଞ୍ଜ ପାଇଁ ୟୁଏଇରେ ପହଞ୍ଚିଲେ ଭାରତୀୟ ଖେଳାଳି ହରମନପ୍ରିତ କୌର, ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ।

Women's T20 Challenge: Harmanpreet, Smriti, Shafali arrive in UAE
ମହିଳା ଟି-20 ଚ୍ୟାଲେଞ୍ଜ: ୟୁଏଇ ପହଞ୍ଚିଲେ ହରମନପ୍ରୀତ-ସ୍ମୃତି-ଶେଫାଳି

ଦୁବାଇ: ମହିଳା ଟି-20 ଚ୍ୟାଲେଞ୍ଜ ପାଇଁ ଭାରତୀୟ ଖେଳାଳି ହରମନପ୍ରିତ କୌର, ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ୟୁଏଇରେ ପହଞ୍ଚିଛନ୍ତି । ଜେମିମା ରୋଡ୍ରିଗ୍ୟୁସ ଓ ଝୁଲଣ ଗୋସ୍ବାମୀଙ୍କୁ ମଧ୍ୟ ୟୁଏଇ ଗସ୍ତରେ ଥିବା ଦେଖିବାକୁ ମିଳିଛି ।

ଇଣ୍ଡିଆନ ପ୍ରିମିୟର ଲିଗର ଅଫିସିଆର ଟ୍ବିଟର ଆକାଉଣ୍ଟରେ ଖେଳାଳିଙ୍କ ଫଟୋ ସେୟାର କରାଯାଇଛି । ଏଥିସହ ସୁପରନୋଭାସ, ଟ୍ରେଲବ୍ଳଜର୍ସ ଓ ଭିଲୋସିଟି ଟିମ ୟୁଏଇରେ ପହଞ୍ଚିଥିବା ଲେଖାଯାଇଛି ।

ନଭେମ୍ବର 4ରୁ 9 ପର୍ଯ୍ୟନ୍ତ ୟୁଏଇରେ ମହିଳା ଟି-20 ଚ୍ୟାଲେଞ୍ଜ ଖେଳାଯିବ । ପ୍ରଥମ ମ୍ୟାଚରେ ଭେଲୋସିଟି ଟିମକୁ ଭେଟିବ ଗତ ସଂସ୍କରଣର ଚମ୍ପିଆନ ସୁପରନୋଭାସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ଭାରତୀୟ କ୍ରିକେଟର ଶ୍ରେଷ୍ଠ ଖେଳାଳିଙ୍କ ସହ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ଏହି 4 ମ୍ୟାଚ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ସୁପରନୋଭାସ: ହରମନପ୍ରିତ କୌର(କ୍ୟାପଟେନ), ଜେମିମା ରୋଡ୍ରିଗ୍ୟୁସ, ଚମାରୀ ଆଟାପଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ, ଶଶିକଳା ଶ୍ରୀୱାର୍ଦନେ, ପୁନମ ଯାଦବ, ଶକିରା ସେଲମନ, ଅରୁନ୍ଧତୀ ରେଡ୍ଡି, ପୁଜା ବସ୍ତ୍ରକର, ଆୟୁଷୀ ସୋନି, ଆୟୋବୋଙ୍ଗା ଖାକା, ମୁସକାନ ମଲିକ ।

ଟ୍ରେଲବ୍ଳେଜରର୍ସ: ସ୍ମୃତି ମାନ୍ଧାନା(କ୍ୟାପଟେନ), ଦିପ୍ତୀ ଶର୍ମା, ପୁନମ ରାଓତ, ରିଚା ଘୋଷ, ଡି ହେମଲତା, ନୁଜହାତ ପରୱିନ, ରାଜେଶ୍ବରୀ ଗାଏକ୍ବାଡ, ହର୍ଲିନ ଦେଓଲ, ଝୁଲଣ ଗୋସ୍ବାମୀ, ସିମ୍ରନ ଦିଲ ବାହାଦୁର, ଶଲମା ଖାତୁମ, ସୋଫି ଏକଲେଷ୍ଟୋନ, ନଥଖାନ ଚନ୍ଥମ, ଦେନ୍ଦ୍ରା ଦୋତିନ, କାଶବି ଗୌତମ ।

ଭେଲୋସିଟି: ମିତାଲି ରାଜ ଶେଫାଳି ବର୍ମା, ବେଦା କ୍ରୀଷ୍ଣାମୂର୍ତ୍ତୀ, ସୁଷମା ବର୍ମା, ଏକତା ବିଷ୍ଟ, ମାନଷୀ ଜୋଷୀ, ଶିଖା ପାଣ୍ଡେ ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶିନୀ, ମନାଲି ଦକ୍ଷିଣୀ, ଲେକ କାଶପେରକ, ଡାନିଏଲେ ୱାଟ, ସୁନି ଲୁସ, ଜାହାନାରା ଆଲାମ, ଏମ. ଅନଙ୍ଘା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details