ଓଡିଶା

odisha

ETV Bharat / sports

ମହିଳା ଚ୍ୟାଲେଞ୍ଜର ଟ୍ରଫି: ରୋମାଞ୍ଚକର ବିଜୟ ସହ ଫାଇନାଲରେ ଇଣ୍ଡିଆ-ସି'

ବାରବାଟୀରେ ଖେଳାଯାଉଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିର ଆଜିର ମ୍ୟାଚରେ 2 ରନରେ ଇଣ୍ଡିଆ ଏ'କୁ ହରାଇଛି ଇଣ୍ଡିଆ ସି' । ଏହି ପରାଜୟ ପରେ ଇଣ୍ଡିଆ ଏ ବିନା ବିଜୟରେ ଅଭିଯାନ ଶେଷ କରିଛି । ଅନ୍ୟପଟେ ଇଣ୍ଡିଆ ସି' ଫାଇନାଲରେ ପ୍ରବେଶ କରିଛି । ଅଧିକ ପଢନ୍ତୁ...

Womens Challenger trophy
ମହିଳା ଚାଲେଞ୍ଜର ଟ୍ରଫି

By

Published : Jan 9, 2020, 2:16 PM IST

କଟକ: ବାରବାଟୀରେ ପୁଣି ଓଡିଆ କ୍ରିକେଟରଙ୍କ କମାଲ । ବୋଲିଂରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଦମଦାର ପ୍ରଦର୍ଶନ ପରେ ବ୍ୟାଟିଂରେ ଜଲୱା ଦେଖାଇଛନ୍ତି ଓଡିଆ ଝିଅ ମାଧୁରୀ ମେହେଟ୍ଟା । ମହିଳା ଚ୍ୟାଲେଞ୍ଜର ଟ୍ରଫିର ଆଜି ଖେଳାଯାଇଥିବା ମ୍ୟାଚରେ ଇଣ୍ଡିଆ ଏ'କୁ ଇଣ୍ଡିଆ ସି' 2 ରନରେ ହରାଇଛି । ଏହି ବିଜୟରେ ଇଣ୍ଡିଆ ସି' ପକ୍ଷରୁ କ୍ୟାପଟେନ ବେଦା କ୍ରୀଷ୍ଣାମୂର୍ତ୍ତୀ ଓ ମାଧୁରୀ ମେହେଟା ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଇଣ୍ଡିଆ ଏ' ବନାମ ଇଣ୍ଡିଆ-ସି

ବେଦା କ୍ରୀଷ୍ଣାମୂର୍ତୀ 29 ବଲରୁ ଅପରାଜିତ 47ରନର ବିସ୍ପୋରକ ଇଂନିସ ଖେଳିଥିଲେ । ଓଡ଼ିଆ ଝିଅ ମାଧୁରୀ ମେହେଟା 32 ବଲରୁ 36 ରନ ଓ ନୂଝାତ 26 ରନ କରିଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ସି' 135 ରନ କରିଥିଲା । 136 ରନର ବିଜୟ ଲକ୍ଷ୍ୟକୁ ପିଛାକରି ଇଣ୍ଡିଆ ଏ' 9 ୱିକେଟ ହରାଇ 133 ରନ କରିପାରିଥିଲା । ଫଳରେ 2 ରନରେ ମ୍ୟାଚ ଜିତି ନେଇଥିଲା ଇଣ୍ଡିଆ ସି' । ଏହି ବିଜୟ ସହ ଫାଇନାଲରେ ପ୍ରବେଶ କରିଛି ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ଇଣ୍ଡିଆ ସି' । ଅନ୍ୟପଟେ ବିନା ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ଇଣ୍ଡିଆ ଏ' ।

ଇଣ୍ଡିଆ ଏ' ପକ୍ଷରୁ ପ୍ରିୟା ପୁନିଆ ସର୍ବାଧିକ 60 ରନ କରିଥିଲେ । ତାନିଆ ଭାଟିଆ 31, ଓ କ୍ୟାପଟେନ ହରମନପ୍ରିତ କୌର 13 ରନ କରିଥିଲେ ମଧ୍ୟ ମାତ୍ର ଦଳକୁ ବିଜୟୀ କରାଇପାରିନଥିଲେ । ଇଣ୍ଡିଆ ସି' ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ଼, ଅରୁନ୍ଧତି ରେଡି 3 ଟି ଲେଖାଁଏ ଓ ତନୁଶ୍ରୀ ଗୋଟିଏ ୱିକେଟ ନେF ଦଳକୁ ବିଜୟୀ କରାଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details