ହାଇଦ୍ରାବାଦ: ସେ ବିଶ୍ବ କ୍ରିକେଟରେ ଏକମାତ୍ର ଖେଳାଳି ଯିଏ ଦିନିକିଆ ଫର୍ମାଟରେ ତିନୋଟି ଦ୍ବିଶତକ ଯୋଡି ସାରିଛନ୍ତି । ସେହିପରି ଫଟାଫଟ କ୍ରିକେଟରେ ଶତକ ଯୋଡିବାରେ ସେ ମଧ୍ୟ ପ୍ରଥମ ଭାରତୀୟ । ତେବେ ସୀମିତ ଓଭରର ଭାରତୀୟ ଉପ-ଅଧିନାୟକ ତଥା ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଆଜି 32 ବର୍ଷରେ ପଦାର୍ପଣ କରିଛନ୍ତି । ଆଜି ତାଙ୍କର ଜନ୍ମଦିନ । ତେବେ ଆମ ଇଟିଭି ପରିବାର ତରଫରୁ ତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ହାପି ବର୍ଥ ଡେ 'ହିଟ୍ ମ୍ୟାନ୍' - india
ସୀମିତ ଓଭରର ଭାରତୀୟ ଉପ-ଅଧିନାୟକ ତଥା ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଆଜି 32 ବର୍ଷରେ ପଦାର୍ପଣ କରିଛନ୍ତି । ଆଜି ତାଙ୍କର ଜନ୍ମଦିନ । ତେବେ ଆମ "ଇଟିଭି ଭାରତ" ପରିବାର ତରଫରୁ ତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।
![ହାପି ବର୍ଥ ଡେ 'ହିଟ୍ ମ୍ୟାନ୍'](https://etvbharatimages.akamaized.net/etvbharat/prod-images/768-512-3145823-thumbnail-3x2-guc.jpg)
ଫଟୋ ସୌଜନ୍ୟ- ଟ୍ବିଟର @mumbaiindians
ତେବେ ଆଜି ଦିନରେ ମନେପଡେ, 264 ଦିନିକିଆ କ୍ରିକେଟରେ ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର । ଯାହାକି ରୋହିତଙ୍କ ନାମରେ ରହିଛି । ସେହିପରି 2013ରେ ଟେଷ୍ଟ ଡେବ୍ୟୁରେ ସେ ଲଗାତାର ଦୁଇଟି ଶତକ ଯୋଡିଥିଲେ । ସେହିପରି ଧୋନିଙ୍କ ପରେ 3ୟଥର ଆଇପିଏଲ ଟ୍ରଫି ଉଠାଇବାର ରେକର୍ଡ ତାଙ୍କ ନାମରେ ରହିଛି ।
ତେବେ ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ପୂର୍ବତନ କ୍ରିକେଟର ତାଙ୍କୁ ଟ୍ବିଟର ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।