ଓଡିଶା

odisha

ETV Bharat / sports

30 ବର୍ଷରେ ଟିମ ଇଣ୍ଡିଆର ସ୍ପିଡଷ୍ଟାର 'ମହମ୍ମଦ ସାମି' - Mohammed Shami 30th birthday

30 ବର୍ଷରେ ପାଦ ଥାପିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି । ଦେଶର କୋଣଅନୁକୋଣରୁ ସାମିଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିଛି ।

Wishes pour in as Mohammed Shami celebrates 30th birthday
30 ବର୍ଷରେ ଟିମ ଇଣ୍ଡିଆର ସ୍ପିଡଷ୍ଟାର ମହମ୍ମଦ ସାମି

By

Published : Sep 3, 2020, 7:32 PM IST

ହାଇଦ୍ରାବାଦ: 30 ବର୍ଷରେ ପାଦ ଥାପିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି । ଦେଶର କୋଣ ଅନୁକୋଣରୁ ସାମିଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିଛି ।

ସାମିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସାମିଙ୍କ ଜନ୍ମଦିନ ଅବସରରେ ବର୍ଷ 2019ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘାତକ ବୋଲିଂ ସଫଳତା (35/5)ର ଭିଡିଓ ସେୟାର କରାଯାଇ ଶୁଭେଚ୍ଛା ଜଣାଯାଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟ ସାମିଙ୍କ 30ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ।

ସାମିଙ୍କୁ ଜନ୍ମଦିନର ଶୁଭେଚ୍ଛା
ସାମିଙ୍କୁ ଜନ୍ମଦିନର ଶୁଭେଚ୍ଛା

କ୍ୟାପଟେନ ବିରାଟ କୋହଲି ଟ୍ବିଟ ଯୋଗେ ସାମିଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଶ୍ରମ ଓ ବୋଲିଂ ଉଭୟ ଜାରି ରଖିବାକୁ କହିଛନ୍ତି ।

ସାମିଙ୍କୁ ଜନ୍ମଦିନର ଶୁଭେଚ୍ଛା
ସାମିଙ୍କୁ ଜନ୍ମଦିନର ଶୁଭେଚ୍ଛା

କୋହଲିଙ୍କ ସହ ଉମେଶ ଯାଦବ, ମନୋଜ ତିୱାରୀ, ରିଦ୍ଧିମାନ ଶାହ, ନବଦୀପ ସାଇନି, ଅଜିଙ୍କ୍ୟ ରାହାଣେ, କୁଲଦୀପ ଯାଦବ ଓ ଅନେକ ଖେଳାଳି ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details