ଅକଲ୍ୟାଣ୍ଡ: ଆଜି (ଶନିବାର) 30 ବର୍ଷ ବୟସରେ ପାଦ ଥାପିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବିଶ୍ବ କ୍ରିକେଟର କୁଲେଷ୍ଟ କ୍ୟାପ୍ଟେନ କେନ୍ ୱିଲିୟମସନ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଆଜି କେନଙ୍କ ଜନ୍ମଦିନରେ ତାଙ୍କୁ ପ୍ରାୟ କୌଣସି ସାଥି ଖେଳାଳି ସୋସିଆଲ ମଡିଆରେ ଶୁଭେଚ୍ଛା ଜଣାଇ ନାହାଁନ୍ତି । ଆଉ ଏହା ପଛର କାରଣ କହିଛନ୍ତି ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଜିମି ନିଶାମ ।
ଟ୍ବିଟରରେ ଜିମିଙ୍କୁ ପଚରାଯାଇଥିଲା ଯେ ସେ ୱିଲିୟମସନଙ୍କ ଜନ୍ମଦିନରେ କାହିଁକି କିଛି ପୋଷ୍ଟ କରିନାହାଁନ୍ତି । ସେ ଉତ୍ତର ଦେଇଛନ୍ତି, "ଯଦି ତୁମେ କେନଙ୍କୁ ଭଲଭାବେ ଜାଣିଥିବ, ତେବେ ତାଙ୍କ ଜନ୍ମଦିନରେ ଏହା ସର୍ବୋତ୍ତମ ଉପହାର ହେବ ଯେ, ତୁମେ ତାଙ୍କୁ ଇନଷ୍ଟାଗ୍ରାମରେ ଜନ୍ମଦିନର ଶୁଭେଚ୍ଛା ଜଣାଅ ନାହିଁ । କାରଣ କେନ ସୋସିଆଲ ମିଡିଆର ଶୁଭେଚ୍ଛାକୁ ପସନ୍ଦ କରନ୍ତି ନାହିଁ । "