ଅକଲାଣ୍ଡ: ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଲଢେଇ ଜାରି ରଖିଛି ଭାରତ ସମେତ ସମଗ୍ର ବିଶ୍ବ । ତେବେ ଏହି ମୁକାବିଲାରେ ପ୍ରତ୍ୟକ ଦେଶରେ ଜରୁରୀ ସେବା ପ୍ରଧାନକାରୀଙ୍କୁ ସବୁମହଲରୁ ପ୍ରଶଂସା କରାଯାଉଛି ।
କୋରୋନା ମୁକାବିଲା: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୱିଲିୟମସନଙ୍କ ସାଲ୍ୟୁଟ - ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାଲ୍ୟୁଟ
ନିଜ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ପ୍ରତ୍ୟକ୍ଷ ଭାବେ କୋରୋନା ଭାଇରସ ବିରୁଦ୍ଧରେ ମୁକାବିଲା ଜାରି ରଖିଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର କ୍ୟାପଟେନ କେନ ୱିଲିୟମସନ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାଲ୍ୟୁଟ ଜଣାଇଛନ୍ତି ।
କୋରୋନା ମୁକାବିଲା: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୱିଲିୟମସନଙ୍କ ସାଲ୍ୟୁଟ
ନିଜ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ କର୍ତ୍ତବ୍ୟ କରି ଚାଲିଛନ୍ତି ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ କର୍ମଚାରୀ । ପ୍ରତ୍ୟକ୍ଷ ଭାବେ ସ୍ବାସ୍ଥ୍ୟ କର୍ମଚାରୀ ହିଁ ଏହି ମହାମାରୀ ସହ ମୁକାବିଲା ଜାରି ରଖିଛନ୍ତି । ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର କ୍ୟାପଟେନ କେନ ୱିଲିୟମସନ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାଲ୍ୟୁଟ ଜଣାଇଛନ୍ତି ।
'ନ୍ୟୁଜିଲାଣ୍ଡ ହେରାଲ୍ଡ' ନାମକ ଏକ ପତ୍ରିକାରେ ୱିଲିୟମସନ ସମସ୍ତ ଡାକ୍ତର, ନର୍ସ, ଓ ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ବରେ ପ୍ରାୟ 21,000ରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇ ସାରିଲେଣି ।