ଓଡିଶା

odisha

ETV Bharat / sports

ଭାରତ-ଇଣ୍ଡିଜ ଶେଷ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହୀନି - ଦିନିକିଆ ସିରିଜ

ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର 3ୟ ତଥା ଶେଷ ମ୍ୟାଚ ଖେଳାଯିବ । 1-0ରେ ଆଗୁଆ ଥିବା ଭାରତୀୟ ଦଳ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ।

ଡିଜାଇନ ଫଟୋ

By

Published : Aug 14, 2019, 8:47 AM IST


ହାଇଦ୍ରାବାଦ: ଟି-20 ସିରିଜକୁ 3-0ରେ କ୍ଳିନ ସୁଇପ କରିଥିଲା ଟିମ ଇଣ୍ଡିଆ । ସେହିପରି ଦିନିକିଆ ସିରିଜ ବିଜୟ ପାଇଁ ଆଜି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । 3 ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ତେବେ ଅହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର ରହିଛି । କ୍ୟାପଟେନ କୋହଲି ପୂର୍ବ ମ୍ୟାଚରେ ଦମଦାର ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । କୋହଲି ଶେଷ 11 ଇଂନିସରେ ଶତକ କରିନଥିଲେ । 120ରନର ପାଳି ସହ କୋହଲି ଦିନିକିଆ କ୍ୟାରିୟରର 42ତମ ଶତକର ଅଧିକାରୀ ହୋଇଥିଲେ । ତେବେ ଓପନର ଶିଖର ଧାୱନ ରନ ପାଇଁ ଲଗାତାର ସଂର୍ଘଷ କରୁଥିବା ଦେଖାଯାଉଛି । ରୋହିତଙ୍କ ସହ ସହ ଧାୱନଙ୍କୁ ଓପନିଙ୍ଗ ପାର୍ଟନରସିପ କରିବାକୁ ହେବ ।

4ନଂସ୍ଥାନରେ ବ୍ୟାଟିଂ ପାଇଁ କୌଣସି ଖେଳାଳିଙ୍କ ସ୍ଥାନ ପକ୍କା ହୋଇନାହିଁ । ଶ୍ରେୟସ ଆୟର 2ୟ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ଭରଷା ଜିତିଛନ୍ତି । ଆୟରଙ୍କ 71 ରନର ଉପଯୋଗୀ ଇଂନିସକୁ କୋହଲି ପ୍ରଶଂସା କରିଥିଲେ । ଆଜିର ମ୍ୟାଚରେ ଆୟରଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ବୋଲିଂରେ ଭୁବନେଶ୍ବର କୁମାର 31 ରନ ବ୍ୟୟ କରି 4ଟି ୱିକେଟ ହାସଲ କରିଥିଲେ । ମହମ୍ମଦ ସାମି ଓ କୁଲଦୀପ ଯାଦବ 2ଟି ଲେଖାଏଁ ୱିକେଟ ନେଇଥିଲେ । ତେବେ ଆଜିର ମ୍ୟାଚରେ ସେହିଭଳି ଦମଦାର ବୋଲିଂର ଆଶା ରଖିବ ଭାରତ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଏହି ମ୍ୟାଚରେ ବିଜୟୀ ହୋଇ 1-1ରେ ଡ୍ର କରିବାକୁ ଦମ ଲଗାଇବ ।

ଭାରତୀୟ ଦଳ: ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଲୋକେଶ ରାହୁଲ, କେଦାର ଯାଦବ, ଶ୍ରେୟସ ଆୟର, ରିଷଭ ପନ୍ତ(ୱିକେଟ କିପର), ଖଲିଲ ଅହମ୍ମଦ, ମନିଷ ପାଣ୍ଡେ, ୟୁଜଭେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଭୁବନେଶ୍ବର କୁମାର, କୁଲଦୀପ ଯାଦବ ଓ ନବଦୀପ ସାଇନି ।

ୱେଷ୍ଟଇଣ୍ଡିଜ ଦଳ: କ୍ରିସ ଗେଲ, ଇଭିନ ଲୁଇସ, ସେଲଡନ କଟ୍ରେଲ, ନିକୋଲାସ ପୋରନ, ଫାବିଏଲ ଆଲେନ, ସିମ୍ରନ ହେଟମେୟର, ସାଇ ହୋପ(ୱିକେଟ କିପର), ରୋଷ୍ଟନ ଚେଲ୍ସ, ଜନ କେମ୍ପବେଲ, କିମୋ ପଲ, କାର୍ଲୋସ ବ୍ରାଥୱେଟ, ଜେସନ ହୋଲ୍ଡର(କ୍ୟାପଟେନ), କେମାର ରୋଚ, ଓସାନେ ଥୋମାସ ।

ABOUT THE AUTHOR

...view details