ଓଡିଶା

odisha

ETV Bharat / sports

'ପୁଣି ଥରେ ମୁଁ କାହିଁକି ହ୍ୟାଟ୍ରିକ ନେଇପାରିବି ନାହିଁ ?'

୨୦୦୭ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ୪ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ପୁଣି ଥର ଆଗାମୀ ବିଶ୍ବକପରେ ମାଲିଙ୍ଗା ହ୍ୟାଟ୍ରିକ ନେବାକୁ ଲକ୍ଷ୍ୟ ରଖିଛନ୍ତି ।

By

Published : May 28, 2019, 7:14 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ୨୦୦୭ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ୪ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ପୁଣି ଥର ଆଗାମୀ ବିଶ୍ବକପରେ ମାଲିଙ୍ଗା ହ୍ୟାଟ୍ରିକ ନେବାକୁ ଲକ୍ଷ୍ୟ ରଖିଛନ୍ତି ।

ଆଇସିସି ପ୍ରଶ୍ନର ଉତ୍ତରରେ ମାଲିଙ୍ଗା କହିଛନ୍ତି, "ମୁଁ କଣ ପାଇଁ ଆଉ ଏକ ହ୍ୟାଟ୍ରିକ ନେଇପାରିବି ନାହିଁ ? ମୁଁ ଏବେ ମଧ୍ୟ ଚେଷ୍ଟା କରୁଛି । ଏଠାକାର ଅନୁକୂଳ ପାଣିପାଗ ଯୋଗୁ ମୋତେ ଇଂଲଣ୍ଡରେ ଖେଳିବାକୁ ଭଲ ଲାଗେ।"

ତେବେ ଡେଥ ଓଭର ସ୍ପେଶାଲିଷ୍ଟ ବୋଲର ଲସିଥ ମାଲିଙ୍ଗାଙ୍କୁ ପୂର୍ବତନ ଅଲରାଉଣ୍ଡର ସନଥ ଜୟସୁରିୟା (୩୨୨)ଙ୍କୁ ଅତିକ୍ରମ କରିବା ଲାଗି ଆଉ ମାତ୍ର ଗୋଟିଏ ଦିନିକିଆ ୱିକେଟ ଆବଶ୍ୟକ । ୩୫ ବର୍ଷୀୟ ବୋଲର ଆଇପିଏଲ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମୋଟ ୧୬ ୱିକେଟ ନେଇଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଫାଇନାଲରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

For All Latest Updates

ABOUT THE AUTHOR

...view details