ମୁମ୍ବାଇ: ଭେଟେରାନ ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ଇଣ୍ଡିଆନ ସୁପର ଲିଗ(ISL)କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଭାରତୀୟ କ୍ରିକେଟ ପାଇଁ ଆଇପିଏଲ ଯେପରି ଉପଯୋଗୀ କାର୍ଯ୍ୟ କରୁଛି, ଆଇଏସଏଲ ସେହିପରି ଫୁଟବଲ ଟିମ ପାଇଁ କରୁଥିବା ରୋହିତ କହିଛନ୍ତି । ରୋହିତ ଭାରତରେ ସ୍ପାନିସ ଫୁଟବଲ ଲିଗ 'ଲା ଲିଗା' ର ବ୍ରାଣ୍ଡଆମ୍ବାସଡର ନିଯୁକ୍ତ ହୋଇଛନ୍ତି ।
'ସମୟ ଲାଗିବ, କ୍ରିକେଟ ପରି ଫୁଟବଲରେ ଭାରତ ନଂ1 ହେବ' - ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା
ଭେଟେରାନ ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ଇଣ୍ଡିଆନ ସୁପର ଲିଗ(ISL)କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ରାତାରାତି ଭାରତୀୟ କ୍ରିକେଟ ବିଶ୍ବର ନଂ1 ଟିମ ହୋଇନାହିଁ । ଫୁଟବଲରେ ମଧ୍ୟ ଭାରତ ନଂ1 ହେବ, ତେବେ ଏଥିପାଇଁ ସମୟ ଲାଗିବ ବୋଲିଲ ସେ କହିଛନ୍ତି । ଅଧିକ ପଢନ୍ତୁ...
!['ସମୟ ଲାଗିବ, କ୍ରିକେଟ ପରି ଫୁଟବଲରେ ଭାରତ ନଂ1 ହେବ' ରୋହିତ ଶର୍ମା](https://etvbharatimages.akamaized.net/etvbharat/prod-images/768-512-5361780-thumbnail-3x2-wc.jpeg)
ଟିମ ଇଣ୍ଡିଆର ହିଟମ୍ୟାନ ରୋହିତ ଜଣେ ଫୁଟବଲ ପ୍ରେମୀ । ରୋହିତ ଇଣ୍ଡିଆନ ସୁପର ଲିଗ ଦ୍ବାରା ଦେଶର ଶ୍ରେଷ୍ଠ ଫୁଟବଲ ପ୍ରତିଭା ସାମ୍ନାକୁ ଆସିବା ସମ୍ଭବ ହେଉଥିବା କହିଛନ୍ତି । 2014ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଦେଶରେ ଫୁଟବଲ ପ୍ରେମୀଙ୍କୁ ଆକୃଷ୍ଟ କରିପାରିଥିବା ରୋହିତ କହିଛନ୍ତି । କ୍ରିକେଟ ପରି ଫୁଟବଲରେ ଭାରତର ପ୍ରଦର୍ଶନ ବିଶ୍ବସ୍ତରୀୟ ହେବାପାଇଁ କିଛି ସମୟ ଲାଗିବ । 'ଫୁଟବଲରେ ଆମେ ଆଗକୁ ବଢୁଛେ, ଏହା ଏକ ନିରନ୍ତର ପ୍ରକିୟା । 1930ରୁ ଆରମ୍ଭ ହୋଇଥିବା ଭାରତୀୟ କ୍ରିକେଟ ଟିମ ମଧ୍ୟ ବିଶ୍ବର ନଂ1 ଟିମ ଗୋଟିଏ ରାତିରେ ହୋଇନାହିଁ ' । ତେବେ ଦେଶର ଖେଳାଳିଙ୍କ ଉପରେ ଆମକୁ ଭରଷ। ରଖିବାକୁ ହେବ ବୋଲି ଏହି ଭେଟେରାନ ଓପନର କହିଛନ୍ତି ।