ଦୁବାଇ: ଆଇପିଏଲର 13ତମ ସଂସ୍କରଣରେ ପ୍ରଥମ ସୁପର ଓଭରର ମଜା ଉଠାଇ ସାରିଛନ୍ତି ଦର୍ଶକ । ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଲୋକେଶ ରାହୁଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି । ତେବେ ଏହି ସୁପର ଓଭର ମୁକାବିଲା ଏକତରଫା ହୋଇଥିଲା । ଦିଲ୍ଲୀର ଦକ୍ଷିଣ ଆଫ୍ରିକୀୟ ସ୍ପିଡଷ୍ଟାର କାଗିସୋ ରବାଡା ଦୁଇଟି ବଲରେ ଦୁଇଟି ୱିକେଟ ହାସଲ କରିବା ସହ 3 ରନ ବ୍ୟୟ କରିଥିଲେ । ପରେ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଦୁଇଟି ବଲରେ ମ୍ୟାଚ ଶେଷ କରିଦେଇଥିଲେ ।
ମାତ୍ର କ୍ରିକେଟ ଫ୍ୟାନ୍ସ ଏକ ଚିତାକର୍ଷକ ମ୍ୟାଚ ଅପେକ୍ଷାରେ ଥିଲେ । ତେବେ ନଜର ପକାନ୍ତୁ କଣ ରହିଛି ସୁପର ଓଭରରେ ନିୟମାବଳୀ ..
ସୁପର ଓଭର କଣ ?
ନିର୍ଦ୍ଧାରିତ ଓଭର ଠାରୁ ଅଧିକ ଏକ ଓଭରକୁ ସୁପର ଓଭର କୁହାଯାଏ । ମ୍ୟାଚ ଶେଷରେ ଉଭୟ ଟିମର ରନ ସମାନ ରହିଲେ ଅଧିକ ଗୋଟିଏ ଓଭର(6ଟି ବଲ୍) ବିଜେତା ଚୟନକୁ ସୁପର ଓଭର କୁହାଯାଏ ।
ଏକ ମ୍ୟାଚ ଆନୁଷ୍ଠାନିକ ଭାବେ ଅମୀମାଂସିତ ଘୋଷଣା ହେଲେ ସୁପର ଓଭରରେ ଅଧିକ ରନ କରିଥିବା ଟିମ ବିଜେତା ହୁଅନ୍ତି । ଯଦି ସୁପର ଓଭରରେ ମଧ୍ୟ ପୁନର୍ବାର ଉଭୟ ଟିମ ସମାନ ରନରେ ରୁହନ୍ତି ତେବେ ଗୋଟିଏ ଟିମ ବିଜେତା ହେବା ପର୍ଯ୍ୟନ୍ତ ଆଉ ଏକ ସୁପର ଓଭର ଖେଳାଯିବାର ନିୟମ ରହିଛି ।
ସୁପର ଓଭରର ଇତିହାସ
ବର୍ଷ 2008ରେ ପ୍ରଥମେ ଟି-20ରେ ସୁପର ଓଭରର ପ୍ରଚଳନ ହୋଇଥିଲା । ପୂର୍ବରୁ 6ଟି ବଲ ବିନା ବ୍ୟାଟ୍ସମ୍ୟାନରେ ଷ୍ଟମ୍ପକୁ ବୋଲିଂ କରିବାକୁ ପଡୁଥିଲା(ବୋଲ ଆଉଟ୍) । 6ଟି ବଲରେ ଅଧିକ ଥର ଷ୍ଟମ୍ପ ଭାଙ୍ଗିଥିବା ଦଳ ବିଜୟୀ ହେଉଥିଲା । ତେବେ ଏହି ନିୟମ ବଦଳରେ ସୁପର ଓଭରର ଆରମ୍ଭ ହୋଇଥିଲା ।
2011 ଦିନିକିଆ କ୍ରିକେଟ ବିଶ୍ବକପର ନକଆଉଟ ପର୍ଯ୍ୟାୟରେ ଦିନିକିଆ କ୍ରିକେଟରେ ସୁପର ଓଭରର ଲାଗୁ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସୁପର ଓଭରର ଆବଶ୍ୟକତା ପଡିନଥିଲା । କାରଣ କେବଳ ଫାଇନାଲ ମ୍ୟାଚରେ ସୁପର ଓଭରରେ ବିଜେତା ଚୟନ ପାଇଁ ଯୋଜନା ରହିଥିଲା ।
ପରେ ବର୍ଷ 2017ରେ ସମସ୍ତ ନକଆଉଟ ପର୍ଯ୍ୟାୟର ମ୍ୟାଚ ଓ ସେହିବର୍ଷ କ୍ରିକେଟ ବିଶ୍ବକପ ଓ ଚମ୍ପିଆନ୍ସ ଟ୍ରଫିରେ ଆଇସିସି ସୁପର ଓଭର ଲାଗୁ କରିଥିଲା ।
ତେବେ 2019 କ୍ରିକେଟ ବିଶ୍ବକପ ଫାଇନାଲ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଦିନିକିଆରେ ମ୍ୟାଚରେ ସୁପର ଓଭର ଖେଳାଯାଇଥିଲା । ତେବେ ସୁପର ଓଭରରେ ମଧ୍ୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସମାନ ସ୍କୋର ରହିଥିଲା । ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡକୁ ବିବାଦୀୟ ବାଉଣ୍ଡ୍ରୀ ସଂଖ୍ୟା ଆଧାରରେ ବିଜେତା ଘୋଷଣା କରାଯାଇଥିଲା ।
ସୁପର ଓଭର ନିୟମ କଣ ?