ସିଡନି: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଙ୍କ ଦୃଢୋକ୍ତି । ଡିସେମ୍ବର 17ରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଶ୍ରେଷ୍ଠ ପ୍ରଦର୍ଶନ ସହ କଡା ଟକ୍କର ଦେବ । ସ୍ଲେଜିଂଠୁ ନେଇ ସର୍ଟ ପିଚ୍ ବୋଲିଂ ସବୁର କଡା ଜବାବ ମିଳିବ ବୋଲି ଗିଲ୍ ଚେତାବନୀ ଦେଇଛନ୍ତି ।
ରବିବାର ଶେଷ ହୋଇଥିବା ଅଷ୍ଟ୍ରେଲିଆ ଏ ବିପକ୍ଷ ପିଙ୍କ୍ ବଲ ଅଭ୍ୟାସ ମ୍ୟାଚର ଦୁଇଟି ଇଂନିସରେ ଓପନର ଭାବେ 43 ଓ 65 ରନର ଇଂନିସ ଖେଳିଥିଲେ । 21 ବର୍ଷୀୟ ଗିଲ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ । ତେବେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ ଅପେକ୍ଷାରେ ରହିଛନ୍ତି ଶୁଭମନ ଗିଲ୍ ।