ଚେନ୍ନାଇ: ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଶିଭମ ଦୁବେ କ୍ୟାରିୟରର ପ୍ରଥମ ଦିନିକିଆ ଖେଳୁଛନ୍ତି ।
ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି - ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।
ଫଟୋ ସୌଜନ୍ୟ: ଟ୍ବିଟର/@BCCI
ଭାରତ ତରଫରୁ ରୋହିତ ଶର୍ମା ଓ କେଏଲ ରାହୁଲ ଇନିଂସ ଓପନ କରିବେ । ସେହିପରି ମନିଷ ପାଣ୍ଡେ, ମୟଙ୍କ ଅଗ୍ରୱାଲ, ଚହଲ ଓ ସାର୍ଦ୍ଦୁଲ ଠାକୁରଙ୍କୁ ଏକାଦଶରୁ ବାଦ ଦିଆଯାଇଛି । ସେହିପରି ଆହତ ସମସ୍ୟା ପାଇଁ ୱେଷ୍ଟଇଣ୍ଡିଜର ଇଭିନଙ୍କୁ ଏକାଦଶରୁ ବାଦ ଦିଆଯାଇଛି ।