ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ । ଚଳିତ ବର୍ଷ ଜାନୁଆରୀ ମାସରୁ କ୍ରିକେଟରଙ୍କୁ ଦରମା ମିଳିନଥିବା ଜଣାପଡିଛି । ଏହାକୁ ସ୍ବୀକାର କରିଛି କ୍ରିକେଟ ୱେଷ୍ଟଇଣ୍ଡିଜ(CWI) ।
ଦେଶର ଘରୋଇ କ୍ରିକେଟ ଖେଳାଳିଙ୍କୁ ମଧ୍ୟ 8ଟି ରାଉଣ୍ଡର ଦରମା ମିଳିପାରିନାହିଁ । ଏହା କହିଛନ୍ତି, ୱେଷ୍ଟଇଣ୍ଡିଜ ଖେଳାଳି ଆସୋସିଏସନ(WIPA) ସମ୍ପାଦକ ୱାନେ ଲିୱିସ । ପୁରୁଷ ଜାତୀୟ ଟିମ ଜାନୁଆରୀରେ ଖେଳାଯାଇଥିବା ଆୟରଲାଣ୍ଡ ବିପକ୍ଷ ସିରିଜ ଓ ଶ୍ରୀଲଙ୍କା ବିପକ୍ଷରେ ଫେବୃଆରୀ-ମାର୍ଚ୍ଚରେ ଖେଳାଯାଇଥିବା ସିରିଜର ଦରମା ମିଳିନାହିଁ ।