ଓଡିଶା

odisha

ETV Bharat / sports

ଟ୍ବେଣ୍ଟି 20ରେ ବିଶ୍ବରେକର୍ଡ: 76 ବଲରେ ଦ୍ବିଶତକ

ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶିବନାରାୟଣ ଚନ୍ଦ୍ରପଲ ଫଟାଫଟ୍‌ କ୍ରିକେଟ୍‌ରେ ହାସଲ କରିଛନ୍ତି ରେକର୍ଡ । ୱେଷ୍ଟଇଣ୍ଡିଜର ଏହି ମହାନ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । 44 ବର୍ଷ ବୟସରେ ସେ ମାରିଛନ୍ତି ଦ୍ବିଶତକ ।

By

Published : Apr 8, 2019, 11:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ସେଣ୍ଟ ମାର୍ଟେନ: ଫଟାଫଟ୍‌ କ୍ରିକେଟ୍‌ ଖେଳରେ ଦ୍ବିଶତକ । ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଯେଉଁଠି ଦଳୀୟ ସ୍କୋର 200 ପାର୍‌ କରିବା କଷ୍ଟକର ହୋଇପଡେ ସେଠାରେ ଜଣେ ବ୍ୟାଟ୍ସମ୍ୟାନ ଦ୍ବିଶତକ ହାସଲ କରିବା ରେକର୍ଡ ନିଶ୍ଚିୟ । କିନ୍ତୁ ଟ୍ବେଣ୍ଟି20 କ୍ରିକେଟ୍‌ରେ ଏହା ଅସମ୍ଭବ ନୁହେଁ । ତେବେ ଏହା କୌଣସି ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ ନୁହେଁ ବରଂ ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଘଟିଛି ।

ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶିବନାରାୟଣ ଚନ୍ଦ୍ରପଲ ଏହି ରେକର୍ଡ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜର ଏହି ମହାନ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ଏଠାରେ ଚାଲିଥିବା ଆଦାମ ସେନଫୋର୍ଡ କ୍ରିକେଟ୪ଲାଇଫ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ସେ ଦ୍ବିଶତକ ହାସଲ କରିଛନ୍ତି ।

ଏହି ଅବସରରେ ଚନ୍ଦ୍ରପଲ 2ଟି ବିଶ୍ବରେକର୍ଡ କରିଛନ୍ତି । ଯଦିଓ ଏହା ଅନ୍ତର୍ଜାତୀୟ ରେକର୍ଡ ନୁହେଁ ତେବେ ନିଶ୍ଚିତ ଏକ ବିଶ୍ବରେକର୍ଡ । ୪୪ ବର୍ଷ ବୟସରେ ଚନ୍ଦ୍ରପଲ ଏହି ରେକର୍ଡ କରିଛନ୍ତି । ଏହି ବୟସରେ ଏପରି ରେକର୍ଡ କେହି କରିନାହାନ୍ତି । ଏହାସହ ସେ ମାତ୍ର ୭୬ଟି ବଲରେ ଏହା ହାସଲ କରିଥିଲେ ଯାହାକି ଏକ ବିଶ୍ବରେକର୍ଡ ।

ଚନ୍ଦ୍ରପଲ ୭୬ ବଲରେ 25ଟି ଚୌକା ଓ ୧୩ଟି ଛକା ମାରିଥିଲେ । ତାଙ୍କର ଅର୍ଦ୍ଧାଧିକ ରନ କେବଳ ଏହି ଛକା ଓ ଚୌକାରୁ ଆସିଥିଲା । ଏପରି ବିସ୍ଫୋରକ ବ୍ୟାଟିଂ ଯୋଗୁଁ ତାଙ୍କ ଦଳ ୨୦ ଓଭରରେ ୩୦୨ ରନ କରିଥିଲା । ଏହି ମ୍ୟାଚକୁ ତାଙ୍କ ଦଳ ମଧ୍ୟ ୧୯୨ ରନରେ ଜିତିଥିଲା ।

ABOUT THE AUTHOR

...view details