ନୂଆଦିଲ୍ଲୀ: ଭେଟେରାନ ଉାରତୀୟ କ୍ରିକେଟର ଗୌତମ ଗମ୍ଭୀର ସମସ୍ତ ଭାରତୀୟଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । କୋରୋନା ବିରୋଧରେ ଜାରିରହିଥିବା ଲଢେଇରେ ଆମେ ମଧ୍ୟ ଭାଗରେ ରହିଛନ୍ତି । ବାଣ ଫୁଟାଇ ଉତ୍ସବ ମନାଇବାର ସମୟ ଆସିନାହିଁ କହିଛନ୍ତି ଗମ୍ଭୀର ।
କୋରୋନା ବିରୋଧି ଲଢେଇରେ ଏକତା ପ୍ରଦର୍ଶନ ପାଇଁ ପ୍ରଧାମନନ୍ତ୍ରୀ ମୋଦି 5ତାରିଖ ରାତି 9ଟାରେ 9ମିନିଟ ପାଇଁ ଦୀପ ଜାଳିବାରୁ ଆହ୍ବାନ ଦେଇଥିଲେ । ତେବେ ଦେଶର ଅନେକ ସ୍ଥାନରେ ଲୋକେ ବାଣ ଫୁଟାଇ ଖୁସି ମନାଇଥିବାର ଦେଖାଯାଇଥିଲା । ଗମ୍ଭୀର ଏହାକୁ ନାପସନ୍ଦ କରିଛନ୍ତି । କ୍ରିକେଟର ହରଭଜନ ସିଂହ ମଧ୍ୟ ବାଣ ଫୁଟାଇବାକୁ ନାପସନ୍ଦ କରିଛନ୍ତି ।