ମୁମ୍ବାଇ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-20 ସିରିଜର 3ୟ ତଥା ନିର୍ଣ୍ଣାୟକ ମ୍ୟାଚ ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ଖେଳାଯିବ । ଏନେଇ ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ରୋହିତ ଶର୍ମା । 3 ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି। ଫଳରେ 1-1ରେ ସିରିଜ ବରାବର ରହିଛି । ଶେଷ ମ୍ୟାଚକୁ ଜିତି ସିରିଜ କବଜା ଲକ୍ଷ୍ୟରେ ରଖିଛନ୍ତି ଉଭୟ ଦଳ ।
3ୟ ଟି-20: ‘ଭାରତ କୌଣସି ଦଳକୁ ନେଇ ଭୟଭୀତ ନୁହେଁ’ - ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇ
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-20 ସିରିଜର 3ୟ ତଥା ନିର୍ଣ୍ଣାୟକ ମ୍ୟାଚ ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ଖେଳାଯିବ। ଏନେଇ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରୋହିତ ଶର୍ମା କହିଛନ୍ତି, କୌଣସି ଟିମକୁ ନେଇ ଭାରତ ଭୟଭୀତ ନୁହେଁ ।
ପ୍ରଥମ ମ୍ୟାଚରେ କ୍ୟାପଟେନ ବିରାଟ କୋହଲି ଓ ଓପନର ରାହୁଲଙ୍କ ଦମଦାର ଇଁନିସ ବଳରେ 208 ରନର ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା ଭାରତ । 2ୟ ମ୍ୟାଚରେ ୱେଷ୍ଟଇଣ୍ଡିଜ, ଭାରତର ଖରାପ ଫିଲ୍ଡିଂର ଫାଇଦା ଉଠାଇ 6 ୱିକେଟରେ ବିଜୟୀ ହେଇଥିଲା ।
ତେବେ ରୋହିତ କହିଛନ୍ତି, ଭାରତୀୟ ଦଳ କୌଣସି ଟିମକୁ ନେଇ ଭୟଭୀତ ନୁହେଁ । 2ୟ ମ୍ୟାଚ ୱେଷ୍ଟଇଣ୍ଡିଜ ଭଲ କ୍ରିକେଟ ଖେଳିଲା ସେଥିପାଇଁ ବିଜୟୀ ହେଲା । ତେବେ ଇଣ୍ଡିଜ ଟିମକୁ ହାଲୁକାରେ ନିଆଯିବ ନାହିଁ । ପ୍ରଥମ ମ୍ୟାଚରେ ଭଲ ଖେଳିଥିଲେ ସୁଦ୍ଧା ସେମାନେ ପରାସ୍ତ ହୋଇଥିଲେ । ସେଥିପାଇଁ ଭାରତୀୟ ଦଳ ନିଜର ଶକ୍ତି ବଳରେ 3ୟ ଟି-20 ଖେଳିବ । ସିରିଜ ନିର୍ଣ୍ଣାୟକ ମ୍ୟାଚରେ ହୋଇଥିବାରୁ, ସମସ୍ତ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ରୋହିତ କହିଛନ୍ତି ।