ଓଡିଶା

odisha

ETV Bharat / sports

କ୍ରିକେଟକୁ ମିସ କରୁଛନ୍ତି ହିଟମ୍ୟାନ, ବ୍ରେଟି ଲିଙ୍କୁ କହିଲେ ଆମେ ନୁହେଁ ତୁମପରି ଭାଗ୍ୟବାନ - କ୍ରିକେଟକୁ ମିସ କରୁଛନ୍ତି ହିଟମ୍ୟାନ

ଲକଡାଉନ କାରଣରୁ କ୍ରିକେଟ ପଡିଆ ସହ ବଡ ସଟ ଖେଳିବାକୁ ମିସ କରୁଛନ୍ତି ରୋହିତ ଶର୍ମା । ସ୍ଥିତି ଶୀଘ୍ର ସୁଧୁରିବାକୁ କରିଛନ୍ତି ଅପେକ୍ଷା । ଅଧିକ ପଢ଼ନ୍ତୁ...

‘We are not lucky as you guys, Rohit Sharma talks to Brett Lee, rohit missing cricket, Covid-19 pandemic, ରୋହିତ ଶର୍ମା, କ୍ରିକେଟକୁ ମିସ କରୁଛନ୍ତି ହିଟମ୍ୟାନ, ଆମେ ନୁହେଁ ତୁମପରି ଭାଗ୍ୟବାନ
କ୍ରିକେଟକୁ ମିସ କରୁଛନ୍ତି ହିଟମ୍ୟାନ

By

Published : May 3, 2020, 12:18 AM IST

ମୁମ୍ବାଇ: କୋରୋନା ମହାମାରୀ କାରଣରୁ ସବୁଆଡେ ଲକଡାଉନ । ବାତିଲ କିମ୍ବା ବନ୍ଦ ହୋଇ ଯାଇଛି ସମସ୍ତ ସ୍ପୋର୍ଟ୍ସ ଇଭେଣ୍ଟ । ଏମିତିରେ ସମସ୍ତ କ୍ରିକେଟର ଫ୍ୟାନ୍ସଙ୍କ ସହ ଯୋଡି ହୋଇଛନ୍ତି ସୋସିଆଲ ମିଡିଆରେ । କେତେବେଳେ ଅନଲାଇନ ଚାଟରେ, ତ ଆଉ କେତେବେଳେ #ଆସ୍କମିଏନିଥିଙ୍ଗ (#Askmeanything) ସେସନ କରୁଛନ୍ତି କେତେବେଳେ ପୁଣି ପୁରୁଣା ଫଟୋ ସହ ସେୟାର କରୁଛନ୍ତି ପୁରୁଣା ଦିନର ସ୍ମୃତି । ବିଗତ 30-40 ବର୍ଷ ଭିତରେ ଏତେ ସମୟ ଧରି କ୍ରିକେଟ କେବେ ବନ୍ଦ ହୋଇ ନାହିଁ । ଯାହା କାରଣରୁ ଅନେକ କ୍ରିକେଟର ମିସ କରୁଛନ୍ତି ପଡିଆରେ କ୍ରିକଟ ଖେଳକୁ ।

ଭାରତୀୟ ଟିମର ଉପ ଅଧିନାୟକ ରୋହିତ ଶର୍ମା ମଧ୍ୟ ମିସ କରୁଛନ୍ତି ପିଚରେ ବଲକୁ ସୀମାରେଖା ବାହାରକୁ ପଠାଇବାକୁ । ଲକଡାଉନ ସରିଲେ ବାହାରକୁ ଯାଇ କ୍ରିକେଟ ଖେଳିବାକୁ ସେ ଆତୁର ହୋଇ ରହିଛନ୍ତି । ସ୍ଥିତି ସ୍ବଭାବିକ ଥିଲେ ବର୍ତ୍ତମାନ ରୋହିତ ଆଇପିଏଲର 13ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡଆନ୍ସର ଅଧିନାୟକତ୍ତ୍ବ କରୁଥାନ୍ତେ ।

ଏକ ଅନଲାଇନ ସୋରେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବ୍ରେଟ ଲିଙ୍କ ସହ କଥା ହେବା ବେଳେ ରୋହିତ କହିଛନ୍ତି ଯେ, ‘‘ମୋ ପାଖରେ ମଧ୍ୟ ଇନଡୋର କ୍ରିକେଟ ଖେଳିବା ପାଇଁ ଜଥେଷ୍ଟ ଯାଗା ଥାନ୍ତା ଭଲା, କିନ୍ତୁ ଦୁର୍ଭାଗ୍ୟବଶତ ମୁମ୍ବାଇର ଏହା ସମ୍ଭବ ନୁହେଁ । ଆଉ ଆପଣଙ୍କୁ ନିଜ ଆପାର୍ଟମେଣ୍ଟରେ ହିଁ ରହିବାକୁ ହେବ । ଆପଣ ମାନଙ୍କ ଭଳି ଆମେ ଭାଗ୍ୟବାନ ନୁହେଁ । ଆପଣଙ୍କର ନିଜ ପାଖରେ ଖେଳିବା ପାଇଁ ସ୍ଥାନ ଅଛି ।’’

“ମୁମ୍ବାଇରେ ନିଜ ପାଇଁ ବ୍ୟାକୟାର୍ଡ (ବାରିପଟ) ଥାଇ ଘର ପାଇବା ବହୁତ ମହଙ୍ଗା । ମୁଁ ଏକ ଆପାର୍ଟମେଣ୍ଟରେ ରହେ ଏବଂ ମୁଁ ଭାଗ୍ୟବାନ ଯେ ମୋର ଛୋଟ ବାଲକୋନି ଅଛି ଯେଉଁଠାରେ ମୁଁ ଚାରିଆଡ଼େ ଦୌଡ଼ି ପାରେ ଓ ମୋ ଟ୍ରେନର ବତାଇ ଥିବା କିଛି ଆକ୍ଟିଭିଟି କରିପାରେ,’’ ବୋଲି କହିଛନ୍ତି ରୋହିତ ।

“ମୁଁ ଯାହା ଅଳ୍ପ ବହୁତ କରିପାରିବି ତାହା କରିବାକୁ ଚେଷ୍ଟା କରୁଛି । ଆଶା କରୁଛି, ଶୀଘ୍ର ଜିମ୍ ଖୋଲିବ ଏବଂ ମୁଁ ସେଠାକୁ ଯାଇପାରିବି ।’’

“କିନ୍ତୁ ଏହା ସତ ଯେ ମୁଁ ବଲକୁ ହିଟ କରିବା ଖୁବ ମିସ କରୁଛି । ଆପଣ ଜାଣନ୍ତି, ମୁଁ ବଡ ସଟ ଖେଳିବାକୁ ପସନ୍ଦ କରେ । କିନ୍ତୁ ତାପାଇଁ ସ୍ଥାନଟି ପର୍ଯ୍ୟାପ୍ତ ନୁହେଁ । ମୁଁ ମଇଦାନକୁ ଯାଇ ବଲକୁ ହିଟ କରିବାକୁ ଚାହୁଁଛି,’’ ବୋଲି କହିଛନ୍ତି ରୋହିତ ।

ABOUT THE AUTHOR

...view details