କିସାନଗଞ୍ଜ: ବିରାଟ ସେନାର ପରାଜୟରେ ହତାସ କ୍ରିକେଟପ୍ରେମୀ । ଏପଟେ ବିଶ୍ବକପରେ ଟିମ୍ ଇଣ୍ଡିଆର ପରାଜୟ ପାଇଁ ବିହାରର ସ୍ଥାନୀୟ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅବିଶ୍ବସନୀୟ ଦୃଶ୍ୟ । ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ହୃଦ୍ଘାତରେ ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ । ମୃତକଙ୍କ ନାମ ଅଶୋକ ପୱନ । ଭରତୀୟ ଦଳର ପରାଜୟ ପରେ ହୃଦ୍ଘାତରେ ତାଙ୍କ ପ୍ରାଣବାୟୁ ଉଡିଯାଇଛି ।
ବିଶ୍ବକପ: ବରଦାସ୍ତ କରିପାରିଲେନି ପରାଜୟ, ହୃଦ୍ଘାତରେ ଚାଲିଗଲା ଜୀବନ - kishanganj
ଟିମ୍ ଇଣ୍ଡିଆର ପରାଜୟ ପାଇଁ ବିହାରର ସ୍ଥାନୀୟ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅବିଶ୍ବାସନୀୟ ଦୃଶ୍ୟ । ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ହୃଦ୍ଘାତରେ ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ ।
ତାଙ୍କ ପରିବାର ଲେକଙ୍କ କହିବା ଅନୁଯାୟୀ, ଅଶୋକ ଘରେ ବସି ମ୍ୟାଚ ଦେଖୁଥିଲେ । ଧୋନିଙ୍କ ରନ ଆଉଟ ମ୍ୟାଚର ମୋଡ ବଦଳାଇ ଦେବା ପରେ ତାଙ୍କ ହୃଦ୍ ସ୍ପନ୍ଦନ ବଢିବାକୁ ଲାଗିଲା । ଆଉ ପରାଜୟ ପରେ ତାଙ୍କ ହୃଦ୍ ସ୍ପନ୍ଦନ ରହିଗଲା । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ସରକାରୀ ଡାକ୍ତରଖାନକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାମୁତାବକ, ଅଶୋକ (ମୃତବ୍ୟକ୍ତି) ଜଣକ ଜିଲ୍ଲା ସଦର ଡାକ୍ତରଖାନାରେ ଡାକ୍ତର ଥିଲେ ।
ଉଲ୍ଲେଖଥାଉ ବୁଧବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି ଭାରତୀୟ ଦଳ । ଏହି ପରାଜୟ ସହ ଦଳର ବିଶ୍ବକପ ଫାଇନାଲ ଖେଳିବା ସ୍ବପ୍ନ ଅଧାରେ ରହିଯାଇଛି ।