ଓଡିଶା

odisha

ETV Bharat / sports

ଭାରତ ଶ୍ରୀଲଙ୍କା ପ୍ରଥମ ଟି20: ଗୌହାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ

ରବିବାର ଖେଳାଯିବାକୁଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି20 ମ୍ୟାଚ ପାଇଁ ଗୌହାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ। ଅଧିକ ପଢନ୍ତୁ...

Team India arrives in Guwahati
ଗୌହାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ

By

Published : Jan 3, 2020, 4:52 PM IST

ଗୌହାଟୀ: କିଛି ଦିନର ବିଶ୍ରାମ ପରେ ପୁଣି ପଡିଆକୁ ଫେରିବା ଟିମ ଇଣ୍ଡିଆ। ଶ୍ରୀଲଙ୍କା ବିପକ୍ଷରେ ଟି20 ସିରିଜର ପ୍ରଥମ ମ୍ୟାଚ ରବିବାର ଆସାମର ଗୌହାଟୀରେ ଖେଳାଯିବ । ସେଥିପାଇଁ ଟିମ ଇଣ୍ଡିଆ ଗୌହାଟୀରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟାରେ ଲସିଥ ମାଲିଙ୍ଗାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟିମ ଗୌହାଟୀ ପହଞ୍ଚିସାରିଛି।

ସନ୍ଧ୍ୟାରେ ଶ୍ରୀଲଙ୍କା ଟିମ ବାରସାପ୍ରା ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବ । ପରେ ଭାରତୀୟ ଟିମ ମଧ୍ୟ ଅଭ୍ୟାସ କରିବ । ଏନେଇ ଆସାମ କ୍ରିକେଟ ଆସୋସିଏନ(ACA)ର ଅଧିକାରୀ ସୂଚନା ଦେଇଛନ୍ତି । 39, 500 ଦର୍ଶକ କ୍ଷମତା ଥିବା ବାରସାପ୍ରା ଷ୍ଟାଡିୟମରେ ପ୍ରାୟ 27, 000 ଟିକେଟ ବିକ୍ରି ଶେଷ ହୋଇଛି କହିଛନ୍ତି ଏସିଏ ସମ୍ପାଦକ ଦେବଜିତ ସାଇକିଆ । ଡିସେମ୍ବରରେ ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ଗୌହାଟୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅନେକ ସ୍ଥାନରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଫ୍ୟୁ ମଧ୍ଯ ଜାରି ହେଇଥିଲା । ତେବେ ବର୍ତ୍ତମାନ ଗୌହାଟୀର ସ୍ଥିତି ଭାରତର ଅନ୍ୟସ୍ଥାନ ଭଳି ସଂପୂର୍ଣ୍ଣ ଶାନ୍ତ ଓ ସୁରକ୍ଷିତ କହିଛନ୍ତି ଏସିଏ ସମ୍ପାଦକ । ଖେଳାଳି ରହୁଥିବା ହୋଟେଲଠାରୁ ନେଇ ଷ୍ଟାଡିୟମ, ସବୁକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

Team India arrives in Guwahati

ପ୍ରଥମ ଟି20 ଜାନୁୟାରୀ 5 ରବିବାର ଖେଳାଯିବ । ସେହିପରି ସିରିଜର 2ୟ ଓ 3ୟ ମ୍ୟାଚ ଯଥାକ୍ରମେ ଇନ୍ଦୋର ଓ ପୁନେରେ 6 ଜାନୁୟାରୀ ଓ 10 ଜାନୁୟାରୀରେ ଖେଳାଯିବ । ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି ସିଲଭା 16 ଜଣିଆ ଟିମରେ ସ୍ଥାନ ପାଇଛନ୍ତି । ମାଥ୍ୟୁସ ଶେଷ ଥର ଅଗଷ୍ଟ 2018ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ମ୍ୟାଚ ଖେଳିଥିଲେ । ଅନ୍ୟପଟେ ଏହି ସିରିଜରୁ ଓପନର ରୋହିତ ଶର୍ମା ଓ ପେସ ବୋଲଲ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି । ଆହତ କାରଣକୁ ଦଳରୁ ବାହାରେ ରହିଥିବା ଷ୍ଟାର ପେସର ଜଶପ୍ରୀତ ବୁମରା ଓ ବାମହାତୀ ଓପନର ଶିଖର ଧାୱନ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ABOUT THE AUTHOR

...view details