ମୁମ୍ବାଇ: ଚଳିତ ଆଇପିଏଲରେ ବ୍ୟସ୍ତ କାର୍ଯ୍ୟସୂଚୀ ଭିତରେ ରହିଛନ୍ତି ଭାରତୀୟ କ୍ରିକେଟର । ମାତ୍ର ଏହା ଭିତରୁ ସମୟ କାଡି ନିଜ ନିଜ ପରିବାର ସହିତ କିଛି ସମୟ ବିତାଉଛନ୍ତି ଖେଳାଳିମାନେ। ତେବେ ଇତି ମଧ୍ୟରେ ହିଟମ୍ୟାନ ରୋହିତ ଶର୍ମା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ୩ମାସର ଝିଅକୁ ନିଜ ପତ୍ନୀ ମିଶି ବିଶ୍ବର ଉଚ୍ଚକୋଟିର ଭାଷା ସ୍ପାନିଶ୍ ଶିଖାଉଛନ୍ତି।
ରୋହିତ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ୩ମାସର ଝିଅକୁ ହସୁଥିବାରୁ ଦେଖିବାକୁ ମିଳିଛି । ସେ ଭିଡିଓ କ୍ୟାପସନରେ ଉଲ୍ଲେଖ କରିଛନ୍ତି ଯେ, ସ୍ପାନିଶ୍ ଲେସନ ଆଟ ଥ୍ରୀ ମନ୍ଥ । ଅର୍ଥାତ ତିନିମାସରେ ସ୍ପାନିଶ୍ ଶିକ୍ଷା । ଶେଷରେ ରୋହିତ ଏକ ସ୍ପାନିଶ ଶବ୍ଦ (ମୁ ବିଏନ୍) ମଧ୍ୟ ଲେଖିଛନ୍ତି, ଯାହାର ଅର୍ଥ ବହୁତ ଭଲ।