ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ବ୍ୟାଟିଂ ଶୈଳୀକୁ ନକଲ କରିଛନ୍ତି ଆଫଗାନିସ୍ତାନ ସ୍ପିନର ରସିଦ ଖାନ । ବଲକୁ ୱିକେଟ କିପରଙ୍କ ପାଇଁ ଛାଡିବା ଶୈଳୀ ଓ ବ୍ୟାଟିଂ ସମୟରେ ପିଚରେ ସ୍ମିଥଙ୍କ ପରି ଛିଡା ହେବା ମଧ୍ୟ ରସିଦ ଦେଖାଇଛନ୍ତି ।
ଏନେଇ ରସିଦ ଖାନଙ୍କ ଭିଡିଓ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ (SRH) ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି । ସ୍ମିଥଙ୍କ ଜନ୍ମଦିନ (ଜୁନ 2)ରେ ରସିଦ ଏପରି କରିଥିବା ଜଣାପଡିଛି ।