କୋଲକତା: ରୋମାଞ୍ଚଚକ ମୋଡରେ ପହଁଚି ସାରିଛି ବିଶ୍ବର ସୁବୁଠାରୁ ଧନୀ କ୍ରିକେଟ ଲିଗ । ବୁଧବାର ଆଇପିଏଲର ଷଷ୍ଠ ମ୍ୟାଚ ଖେଳାଯିବ । ମୁଁହାମୁହିଁ ହେବେକିଙ୍ଗ୍ସ ଏକାଦଶ ପଞ୍ଜାବ ବନାମ କୋଲକତା ନାଇଟ ରାଇଡର୍ସ । କେକେଆର ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନରେ ଖେଳାଯିବ ଆଜିର ମ୍ୟାଚ ।ଏହି ଦୁଇ ଟିମ କେକେଆର ଓ ପଞ୍ଜାବ ନିଜ ନିଜର ପ୍ରଥମ ମ୍ୟାଚ ଜିତି ଆତ୍ମବିଶ୍ବାସରେ ଭରପୁର ରହିଛନ୍ତ ।
ତେବେ କେକେଆର ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ଖୁବ ଧୋଇ ଥିବାବେଳେ ପଞ୍ଜାବ ମଧ୍ୟ ନିଜ ପ୍ରଥମ ମ୍ୟାଚରେ ରାଜସ୍ଥାନର ରଙ୍ଗ ବଦଳାଇ ଦେଇଥିଲା । ନିଜର ପରାଜୟ ରେକର୍ଡରେ ବ୍ରେକ ଲାଗଇ ପିଙ୍କ ସିଟିରେ ନାଲି ଝଣ୍ଡା ଉଡାଇଥିଲା ପଞ୍ଜାବ । ମାତ୍ର କେକେଆରକୁ ତାର ହୋମ ଗ୍ରାଉଣ୍ଡରେ ହରାଇବା ପଞ୍ଜାବ ପାଇଁ ଆଜି ନିଶ୍ଚୟ କାଠିକର ପାଠ ହେବ । କାରଣ ରେକର୍ଡ ଏମିତି କିଛି କହୁଛି ।
ଆଇପିଏଲର 11ଟି ସିଜନରେ ଦୁଇ ଟିମ ମଧ୍ୟରେ ଖେଳାଯାଇଛି 23ଟି ମ୍ୟାଚ । ଯେଉଁଥିରୁ କେକେଆର 15ଟି ମ୍ୟାଚରେ ବାଜି ମାରିଥିବା ବେଳେ ପାଞ୍ଜାବ ହାତରେ ଲାଗିଛି ମାତ୍ର 8ଟି ମ୍ୟାଚ । ତେଣୁ ଆଜି ମ୍ୟାଚ ଅଶ୍ବିନୀ ବ୍ରିଗେଡଙ୍କପାଇଁ କଡା ମୁକାବିଲା ହେବ ।