ହାଇଦ୍ରାବାଦ: ନୂଆ ଅବତାରରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି । ଭାରତୀୟ କ୍ରିକେଟର ଅନ୍ୟତମ ସଫଳ କ୍ରିକେଟର ଧୋନି ଗୁପଚୁପ୍ ବିକୁଥିବାର ନଜର ଆସିଛନ୍ତି ।
ଧୋନିଙ୍କ ଗୁପଚୁୁପ ପରଷା, ଭିଡିଓ ଭାଇରାଲ... - ମହେନ୍ଦ୍ର ସିଂହ ଧୋନି ଗୁପଚୁପ୍ ପରଷା
ଗୁପଚୁପ୍ ବିକୁଥିବାର ନଜର ଆସିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ଅଧିକ ଖବର ପଢନ୍ତୁ...
![ଧୋନିଙ୍କ ଗୁପଚୁୁପ ପରଷା, ଭିଡିଓ ଭାଇରାଲ... MS Dhoni serves Pani-Puri](https://etvbharatimages.akamaized.net/etvbharat/prod-images/768-512-5986905-thumbnail-3x2-wc.jpeg)
ମହେନ୍ଦ୍ର ସିଂହ ଧୋନି
ସୋସିଆଲ ମିଡିଆରେ ଧୋନିଙ୍କ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ଫ୍ୟାନ୍ସ ପ୍ରଥମେ ଏହି ଭିଡିଓକୁ ସେୟାର କରିବା ପରେ ଏହା ଭାଇରାଲ ହୋଇଛି । ଭିଡିଓରେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ପୂର୍ବତନ କ୍ରିକେଟର ଆର ପି ସିଂହ ଓ ପିୟୁଷ ଚାୱାଲା ରହିଛନ୍ତି । ଧୋନି ଗୁପଚୁପରେ ମସଲା ଭରି ଆରପି ସିଂହଙ୍କୁ ଦେଉଛନ୍ତି ।
ଧୋନି 2019 କ୍ରିକେଟ ବିଶ୍ବକପ ସେମିଫାଇନାଲରେ ଭାରତର ପରାଜୟ ସହ ବିଦାୟ ପରେ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଗୋଟିଏ ବି ମ୍ୟାଚ ଖେଳିନାହାଁନ୍ତି । ତେବେ ଆଗାମୀ ଆଇପିଏଲରେ ଚେନ୍ନାଇସୁପର କିଙ୍ଗ୍ସ ଟିମରେ ଧୋନିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।